ଭୁବନେଶ୍ୱର: ମହିଳାମାନେ ଗର୍ଭବତୀ ସମୟରେ ଅଧିକରୁ ଅଧିକ ସତର୍କ ରହିବା ଉଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ବିଶେଷ କରି ଏହି ସମୟରେ ମହିଳାମାନେ ନିଜର ଖାଦ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରିବା ଜରୁରୀ ହୋଇଥାଏ । ଭର୍ଗବତୀ ଥିବା ସମୟରେ ଅରୁଚି ହେଉଥିବା ହେତୁ ମହିଳାମାନେ ଖାଇବାକୁ ନେଇ ଅନେକ ଅବହେଳା କରିଥାନ୍ତି । ମାତ୍ର ଗର୍ଭ କାଳରେ କେଉଁ ସବୁ ଖାଦ୍ୟ ଖାଇବା ଜରୁରୀ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା । ଗର୍ଭଧାରଣ ସମୟରେ ଯେତେ ସବୁ ଫଳ ଖାଇଲେ କୌଣସି ଅସୁବିଧା ନାହିଁ । ମାତ୍ର ଯେଉଁ ଦୁଇଟି ଫଳ ସେ ସମୟରେ ମହିଳାଙ୍କୁ ଖାଇବାକୁ ବାରଣ କରାଯାଇଛି ତାହା ହେଉଛି ଅମୃତଭଣ୍ଡା ଓ ପଣସ । ଏ ସମୟରେ ଯେତେ ଶାଗ ଖାଇଲେ ଭଲ । ସାଗରୁ ବିଭିନ୍ନ ଧରଣର ଭିଟାମିନ ମିଳିବା ସହ ପିଲାର କେଶ ଘନ ହୋଇଥାଏ ।
ଗର୍ଭବତୀ ରହିବା ସମୟରେ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଇବା ଭଲ । ଦୈନନ୍ଦିନ ଖିର ପିଇବା ସହ ସେଥିରେ କେଶର ମିଶାଇ ପିଇଲେ ପିଲାର ରଂଗ ଭଲ ହୋଇଥାଏ । ଏହି ସମୟରେ କାଜୁ, ବାଦାମ ଓ ଆଲମଣ୍ଡ ଖାଇବା ଭଲ । ପିଲାର ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ ଏପରି ଖାଦ୍ୟ ଖାଇବା ଦ୍ୱାରା । ଦହି, କାକୁଡ଼ି ଆଦି ପ୍ରଚୁର ପରିମାଣରେ ଖାଇବା ଉଚିତ । ଫଳରେ ପିଲାର ମସ୍ତିଷ୍କ ଥଣ୍ଡା ହେବା ସହ ସୁସ୍ଥ ପିଲା ଜନ୍ମ ନେଇଥାଏ ମାଆ ଏପରି ଖାଦ୍ୟ ଖାଇଲେ । ଏସିଡିଟି ଦୂର କରିବା ପାଇଁ ଗର୍ଭବତୀମାନଙ୍କୁ ଏହି ସମୟରେ ପଇଡ଼ ପାଣି, ମିସିରି ପାଣି ପିଇବା ଉଚିତ ।