ନୂଆଦିଲ୍ଲୀ: ଓମାନରେ ଆୟୋଜିତ ମହିଳା ଏସିଆ କପ ହକିରେ ଭାରତୀୟ ଦଳ ୧-୧(୩-୨)ରେ ଚୀନକୁ ପରାଜିତ କରି ଚମ୍ପିଅନ ହୋଇଛି । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀସାଂସିତ ରହିଥିବାରୁ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା । ଭାରତ ୩-୨ରେ ଜିତି ଟ୍ରଫି ହାସଲ କରିଥିଲା । ସାକ୍ଷୀ ରଣା , ଇଷିକା ଓ ସୁନେଲିତା ଟପ୍ପୋ ଗୋଲ ଦେବାରେ ସଫଳ ହୋଇଥିଲେ । ଚାମ୍ପିଅନ ସଦସ୍ୟଙ୍କ ପାଇଁ ହକି ଇଣ୍ଡିଆ ପକ୍ଷରୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କ ପାଇଁ ୧ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।