ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମହିଳା କମିଶନଙ୍କ ନିର୍ଦ୍ଧେଶ

0

ଭୁବନେଶ୍ୱର : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରୁ ପରଦା ହଟୁନାହିଁ ।ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ରିପୋର୍ଟ ମୁତାବକ ପୋଲିସ ତଦନ୍ତ ଜାରି ରହିଛି । ଶୁଭଲକ୍ଷ୍ମୀ ନିଶା ସେବନ କରୁଥିଲେ କି ନାହିଁ ସେ ନେଇ ତଥ୍ୟ ଜାଣିବାକୁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି। ଆଜି ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରି ଅନେକ ତଥ୍ୟ ପାଇଛି। ଶୁଭଲକ୍ଷ୍ମୀ ବାରଗାର୍ଲ କାମ ଛାଡ଼ି ଅନ୍ୟକିଛି ଯୋଜନା କରୁଥିବା ଜାଣିବା ପରେ ଦଲାଲ୍ମାନେ ତାଙ୍କୁ ବ୍ଲାକମେଲ କରିଥିଲେ ବୋଲି ଅନିଲ୍ ପୁଲିସକୁ କହିଛି। ଏ ନେଇ ପୁଲିସ ପକ୍ଷରୁ ଏକାଧିକ ବ୍ୟକ୍ତିକୁ ଜେରା କରି ଅନେକ ତଥ୍ୟ ପାଇଥିବା ସୂଚନା ମିଳିଛି।