ମହିଳା ଦିବସରେ ମହିଳାଙ୍କୁ ରାଜ୍ୟ ସରକାର ଦେବେ ବଡ଼ ଭେଟି । ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତିର ଟଙ୍କା। ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ ହେବ କାର୍ୟ୍ୟକ୍ରମ ।
କାର୍ୟ୍ୟକ୍ରମରେ ସାମିଲ ହୋଇ ମହିଳାଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ୟ୍ୟକ୍ରମରେ ପ୍ରାୟ ୨୫ହଜାର ମହିଳା ସାମିଲ ହେବାର କାର୍ୟ୍ୟକ୍ରମ ରହିଛି ।
ଏହା ପୂର୍ବରୁ ୬ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ୟ୍ୟାୟ ଟଙ୍କା ପାଇଥିଲେ ରାଜ୍ୟର ୨ଲକ୍ଷ ୩୦ହଜାରରୁ ଅଧିକ ହିତାଧିକାରୀ । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ ।