ପଦକ ଆଶା ଭାଙ୍ଗିଲା । ପଦକ ପାଇବେନି ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ । ନିରାଶ କଲେ ସିଏଏସ । ରୌପ୍ୟ ପଦକ ଆବେଦନକୁ ଖାରଜ କଲେ ସିଏଏସ୍ । ଓଜନ ବୃଦ୍ଧି ଯୋଗୁଁ ଅଯୋଗ୍ୟ ଘୋଷଣା ହୋଇଥିଲେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା କୁସ୍ତିଯୋଦ୍ଧା ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା ହୋଇଥିଲେ, ଏହାପରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପଦକ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବା କାସ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି।
ନିର୍ଦ୍ଧାରିତ ଓଜନଠୁ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ଫାଇନାଲ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ ଭିନେଶ, ତେଣୁ ଏନେଇ ସେ ସିଏଏସଙ୍କ ନିକଟରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ, କିନ୍ତୁ ଗତ ୩ ଥର ଶୁଣାଣିକୁ ଘୁଞ୍ଚାଇ ଘୁଞ୍ଚାଇ ଶେଷରେ ଭିନେଶଙ୍କୁ ମେଡାଲ ଦେବାକୁ ମନା କରିଦେଇଛନ୍ତି ସିଏଏସ୍ ।ରିପୋର୍ଟ ଅନୁସାରେ କାସ ରାୟର ଅପରେଟିଭ ଅଂଶ ପ୍ରକାଶ ପାଇଛି। ଏଥିରେ ଭିନେଶଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ରାୟର ବିସ୍ତୃତ କପି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଇଛି।ଫାଇନାଲ୍ ମ୍ୟାଚ୍ ଦିନ ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ୫୦ କିଲୋଗ୍ରାମଠାରୁ ୧୦୦ଗ୍ରାମ ଅଧିକ ବୋଲି ଜଣାପଡିଥିଲା।
ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା, ଯାହା ଅଗଷ୍ଟ ୧୬ରେ ଘୋଷଣା କରାଯିବାର ଥିଲା, କିନ୍ତୁ ଏହା ପୂର୍ବରୁ ସିଏଏସ୍ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।