ଇଥନାଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକ ମୃତ

0

ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାନିମୁରା ଜଙ୍ଗଲ ଠାରେ ନିର୍ମାଣ ହୋଇଥିବା ମାସ ବାୟୋ ଫୁଏଲସ ପ୍ରାଇଭେଟ ଲିମିଟେଡ ଇଥନାଲ ପ୍ଲାଣ୍ଟ ଠାରେ ମେସିନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଟାପାଳି ପଂଚାୟତ  ଅରଖପଦର ଗ୍ରାମର ଅଜୁ ମହାକୁର ବୋଳି ଜଣାପଡିଛି । ପ୍ଲାଣ୍ଟ ଭିତରକୁ ବାହାର କୌଣସି ଲୋକଙ୍କୁ ଛଡ଼ା ଯାଉ ନଥିବା ବେଳେ କେବଳ ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ଲାଣ୍ଟ ଭିତରେ ଅଛନ୍ତି । ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି l