ଛାତ ଭୁଷୁଡ଼ି ଶ୍ରମିକ ଗୁରୁତର ଘଟଣା ଜଣେ ମୃତ୍ୟୁ ଏବେବି ଭିତରେ ଫସି ରହିଛନ୍ତି ୪ ଶ୍ରମିକ

0

ଢେଙ୍କାନାଳ : ଛାତ ଭୁଷୁଡ଼ି ଶ୍ରମିକ ଗୁରୁତର । ଭୁଷୁଡ଼ିଲା ନିର୍ମାଣାଧୀନ ୫ମହଲା ବିଶିଷ୍ଟ କୋଠା। ହଠାତ ଛାତ ଭୁଷୁଡ଼ି ତିନୋଟି ପିଲର ଭାଙ୍ଗିବା ଫଳରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ସ୍ଥଳେ ଦୁଇ ଜଣ ଗୁରୁତର ଅଛନ୍ତି । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମହିଷାପାଟ ଛକ ନିକଟରେ ବଡ ଅଘଟଣ ହୋଇଛି । ଏପର୍ଯ୍ୟନ୍ତ ମଧ୍ୟ ୪ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ପୋଲିସ ନିୟୋଜିତ ରହିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ । ଅନ୍ୟପଟେ ଉଦ୍ଧାର କରାଯାଇଥିବା ଜଣେ ଶ୍ରମିକଙ୍କ ଦୁଇ ହାତ କଟିଯାଇଥିବା ଜଣାପଡିଛି । ସମସ୍ତ ଗୁରୁତର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।