ଦାଦନ ଶ୍ରମିକଙ୍କ ବସରେ ମୃତ୍ୟୁ, ବାଇକରେ ଶବ ନେଲେ ପରିବାର
ଜୟପାଟଣା: ଦାଦନ ଖଟିବାକୁ ଯାଇ ଅସୁସ୍ଥ ହେବାପରେ ଏକ ଯାତ୍ରୀବାହୀ ବସରେ ନିଜ ଭିଟାମାଟିକୁ ସାଥି ଶ୍ରମିକଙ୍କ ସହ ଫେରୁଥିବା ବେଳେ ନବରଙ୍ଗପୁର ନିକଟରେ ଯାତ୍ରୀବାହୀ ବସରେ ମୃତ୍ୟୁ ହୋଇଥିଲା।ମୃତ ଦାଦନ ଶ୍ରମିକ ଜୟପାଟଣା ବ୍ଲକ କାଦୋପଦର ଗ୍ରାମର ଯୁବକ ଗିରିଧାରି ବାଗ ବୋଲି ଜଣାପଡିଛି। ତେବେ ବିଡମ୍ବନା ର ବିଷୟ ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ଶବକୁ ଦୁଇ ଯୁବକ ଏକ ବାଇକରେ ନେଇ ଆମପାଣି ଘାଟି ରାସ୍ତା ଠାରୁ ନିଜ ଗାଁ କାଦୋପଦର ନେଇଥିବା ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଗତ ଦୁଇମାସ ତଳେ ଜୟପାଟଣା ବ୍ଲକ ବାନେର ପଂଚାୟତ କାଦୋପଦର୍ ଗାଁର ଯୁବକ ଗିରିଧାରୀ ବାଗ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ହେଲେ ହଠାତ୍ ଶରୀର ଅସୁସ୍ଥ ହେବାରୁ, ଘରକୁ ଫେରିବା ସମୟରେ ବସରେ ଜୀବନ ଚାଲିଯାଇଥିଲା। ତେବେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।