କର୍ମୀ ନିର୍ଣ୍ଣୟ କରିବେ ପ୍ରାର୍ଥୀଙ୍କ ଭାଗ୍ୟ

0

(ମଳୟରଞ୍ଜନ ଦଳବେହେରା) ଯାଜପୁର: ଖଣି ଅଞ୍ଚଳରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଖଣି ବଂଦ ହେଉଥିବା ବେଳେ ସ୍ଥାନୀୟ ନିଯୁକ୍ତି ଆଶା ଯୁବକମାନଙ୍କର ମଉଳି ଯାଉଛି । ଉଭୟ ବାପା ଓ ପୁଅ ଖଣି ଅଞ୍ଚଳରେ ଶ୍ରମିକ ସଂଘ କରି ରାଜନୀତିକୁ ମଜବୁତ କରୁଥିବା ବେଳେ ଶ୍ରମିକ ମାନେ ସର୍ବସ୍ୱାନ୍ତ ହେଉଛନ୍ତି। ଦୀର୍ଘ ୨୦ ରୁ ୨୫ ବର୍ଷ ଖଣିରେ କାର୍ୟ୍ୟ କରୁଥିବା ବେଳେ ଶ୍ରମିକ ମାନେ ସୁନିଶ୍ଚିନ୍ତ କର୍ମ ନିଯୁକ୍ତି ବା ସ୍ଥାୟୀ ହୋଇ ପାରୁ ନାହାନ୍ତି । ଫଳରେ ଖଣି ବନ୍ଦ ହେବା ବେଳକୁ କମ୍ପାନୀ ନୋଟିସ ପରେ କର୍ମ ହରାଉଛନ୍ତି । ଖଣି ଅଞ୍ଚଳରେ ଶିକ୍ଷା ଏକ ପ୍ରକାର ପ୍ରହସନ ପାଲଟିଛି । ୨୦୧୪ ମସିହାରେ ପ୍ରଫୁଲ୍ଲ ଘଡାଇଙ୍କ ପୁଅ ପ୍ରୀତି ରଞ୍ଜନ ଘଡାଇ ନିର୍ବାଚିତ ହୋଇ ଆସିବା ପରେ ସ୍ଥାନୀୟ ଅଞ୍ଚଳବାସୀ କିଛି ବିକାଶ ହେବ ବୋଲି ଆଶା କରିଥିଲେ ହେଲେ ଭାଷଣବାଜି , ଶିଳାନ୍ୟାସ ,ଫଳକ ପ୍ରତିଷ୍ଠାରେ ବିକାଶକୁ ସୀମିତ ରଖିଲେ । ପିତାଙ୍କ ଅତି ଘନିଷ୍ଠ ବରିଷ୍ଠ କର୍ମୀମାନଙ୍କୁ ଅବହେଳିତ କରି ୫ ବର୍ଷ କାଟି ଦେଲେ । ଯାହାଫଳରେ ନିଜ ପାଖ କର୍ମୀମାନେ ବିଦ୍ରୋହ କରିବା ସହ ଟିକେଟ ଲବୀରେ ରହି ହତାଶ ହେବା ପରେ ଭୋଟରଙ୍କୁ ବିଭାଜନ କରିବା ସମ୍ଭାବନା ରହିଥିବା ଜଣାପଡିଛି। ଦିନକୁ ଦିନ ଘଡାଇ କ୍ୟାମ୍ପରୁ ଟୁଟୁ କ୍ୟାମ୍ପକୁ ଲମ୍ଫ , ଟୁଟୁ କ୍ୟାମ୍ପରୁ ଘଡାଇକୁ ଲମ୍ଫ ଦେବା ଚାଲିଛି । ଡ୍ୟାନିଙ୍କ ପ୍ରତି ଅସନ୍ତୋଷ ଥିବା ବରିଷ୍ଠ କର୍ମୀମାନଙ୍କୁ ପ୍ରଫୁଲ୍ଲ ଫେରାଇ ଆଣିବାକୁ ସକ୍ଷମ ହେଉଛନ୍ତି କି ନାହିଁ ଆଗାମୀ ଦିନରେ ନିର୍ବାଚନରେ ଜଣା ପଡିବ ।