ଭୁବନେଶ୍ୱର: ଆଜି ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତାମାନେ ମାନ୍ୟବର ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ସମୟରେ ମାନ୍ୟବର ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତାତ୍ପରତାର ସହିତ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ଦେଇଥିଲେ।