ହେଲପିଙ୍ଗ ହ୍ୟାଣ୍ଡ ସୋସାଇଟି ପକ୍ଷରୁ ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର

0

(ମୋନାଲିସା ମିଶ୍ର / ଢେଙ୍କାନାଳ ): ଢେଙ୍କାନାଳ ଜିଲ୍ଲା ଗଁଦିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ହେଲପିଙ୍ଗ ହ୍ୟାଣ୍ଡ ସୋସାଇଟି ଓ ଗୁରୁଦେବଜୀ ମିଶନ ସୁରକ୍ଷାର ମିଳିତ ଆନୁକୂଲ୍ୟରେ ଏକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ହୋଇଯାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ମନେପକାଇ ତାଙ୍କରି ସାହାସିକତାରେ ପ୍ରେରିତ ହୋଇ ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା।
ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଏବଂ ମିଶନ ସୁରକ୍ଷାର ମୁଖ୍ୟ ଗୁରୁ ଇଂଜିନିୟର ସୌମ୍ୟବ୍ରତ ସାହୁ ଯୋଗଦେଇ ଛାତ୍ରୀ ମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବାରେ ଉତ୍ସାହ ପ୍ରଦାନ କରିଥିଲେ । ଶିବିରରେ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଶିବିରରେ ଉପସ୍ଥିତ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇଥିଲେ।