( ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ଆଜି ଭୁବନେଶ୍ୱର କୃଷି ଭବନ ଠାରେ ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୃଦୃଢୀକରଣ ଓ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ଅନ୍ତର୍ଗତ କର୍ମଶାଳା ଉନ୍ନୋଚନ କରାଯାଇଛି । ଓଡ଼ିଶାର କୃଷି ମନ୍ତ୍ରୀ ତଥା ମତ୍ସ ଓ ପଣୁ ସମ୍ପଦ , ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ର ଅରୁଣ ସାହୁ ଏହାକୁ ଉନ୍ନୋଚନ କରିଛନ୍ତି । ଏହି କର୍ମଶାଳାରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାବେଳେ କୃଷି ଓ ଖାଦ୍ୟ ଉତ୍ପାଦକ ନିର୍ଦ୍ଦେଶକ ଡ଼କ୍ଟର ମୁଥୁକୁମାର , ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜେୟ କେତନ ଉପାଧ୍ୟାୟ, ରାଜ୍ୟ ଜୀବିକା ମିଶନର ଦିର୍ଦ୍ଦେଶକ ତଥା ସିଇଓ ( ଓରମାସ ) ସ୍ମୃତିରଂଜନ ପ୍ରଧାନ .ଭାରତ ରୁରାଲ ଲାଇଫଲି ହୁଡ଼ ଫାଉଣ୍ଟେସନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମଥେଓ ଅମ୍ବାସ୍ତା ପ୍ରମୁଖ କର୍ମଶାଳାରେ ଯୋଗ ଦେଇ ଉତ୍ପାଦନ କ୍ଲଷ୍ଟର ଓ କୃଷି ଓ କୃଷକ ସକ୍ରିୟ କରଣ ରାଜ୍ୟ, ପଂଚାୟତ ପାନୀୟ ଜଳ ଯୋଗାଣ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଏହି ଯୋଜନା ଗୁଡ଼ିକ ଅଂଚଳରେ କାର୍ଯ୍ୟକାରୀ କରାଇ ଆବଶ୍ୟକ ଜୀବିକା ଭିତ୍ତିଭୂମି ପ୍ରତିଷ୍ଠା କରାଯାଉଛି ବୋଲି ମତ ପ୍ରକାଶ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ଢିପ ଜମି ଥିବା ଜନଜାତି ବହୁଳ ୧୨ ଟି ଜିଲ୍ଳାର ୪୦ ଟି ପଛୁଆ ବ୍ଲକରେ କ୍ଲଷ୍ଟର ପ୍ରତିଷ୍ଠା କରାଯାଇ ଏ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟକୁ ସ୍ଥାୟୀ ଭାବରେ ବୃଦ୍ଧି କରାଯିବ । ଏଥିପାଇଁ ୪ ବର୍ଷର ଏହି ଯୋଜନା ପାଇଁ ମୋଟ ୪୦୧ .୬ କୋଟି ଟଙ୍କା ଆକଳନ କରାଯାଇଅଛି । ଏହି ଯୋଜନା ମାଧ୍ୟମରେ ମୋଟ ୬୫୦ ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ । ଏହି ଉତ୍ପାଦକ ଗୋଷ୍ଠୀ ଗୁଡ଼ିକ ସମନ୍ନିତ ଓ ମିଳିତ ଭାବେ ଉଦ୍ୟାନ କୃଷି ଭିତ୍ତିକ ଉତ୍ପାଦନ କରିବେ ।
ମାନ୍ୟବର ମନ୍ତ୍ରୀ ଏହି କର୍ମଶାଳାରେ ଯୋଜନାର ସଫଳ ରୁପାୟନ ପାଇଁ ଆଶା ପ୍ରକାଶ କରିବା ସହ ବଜାର ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଯୋଜକ କୁ ସୃଦୁଢ କରି ସେମାନଙ୍କ ରୋଜଗାର କୁ ଦୁଇଗୁଣିତ କରିବା ନିମନ୍ତେ ଶୁଭ କାମନା କରିଥିଲେ ।