ଆଜି ବିଶ୍ୱ ଡ଼ାକ ଦିବସ

0

(ଶୁଭସ୍ମିତା ଦାଶ): ଆଗ କାଳରେ ଡ଼ାକ ସେବା ଏକ ଜରୁରୀ ସେବା ଥିଲା । ଡ଼ାକ ସେବା ମାଧ୍ୟମରେ ସବୁ ପ୍ରକାର ଯୋଗାଯୋଗ କରାଯାଉଥିଲା । ଯୁଗ ଏବଂ ସମୟ ବଦଳିବା ସହ ଧିରେ ଧିରେ ଡ଼ାକ ସେବାରୁ ଲୋକେ ଦୂରେଇ ଗଲେ । ତଥାପି ଡ଼ାକସେବା କିଛିଟା କ୍ଷେତ୍ରରେ ସକ୍ରିୟ ଅଛି । ତେଣୁ କରି ଆଧୁନିକ ଯୁଗରେ ମଧ୍ୟ ଡାକଘରର ଆବଶ୍ୟକତା ରହିଛି ଓ ଏହା ନିଜର ଅସ୍ତିତ୍ୱ ବଜାୟ ରଖିଛି । ଏଣୁ ଡାକଘରର ଆବଶ୍ୟକତା ଓ ଉପକାରତୀ ସର୍ମ୍ପକରେ ଲୋକଙ୍କୁ ଅବଗତ କରିବାର ଲଖ୍ୟ ନେଇ ଡାକ ଦିବସ ପାଳିତ ହେଉଛି । ଆଜି ପାଳିତ ହେଉଛି ବିଶ୍ୱ ଡାକ ଦିବସ । ଆଜିଠାରୁ ୧୫ ତାରିଖ ପର୍ୟ୍ୟନ୍ତ ଓଡିଶାରେ ଡାକ ସପ୍ତାହ ପାଳନ କରାଯାଉଥିବାବେଳେ ଡାକସେବାକୁ ଅଧିକ କ୍ରିୟାଶୀଳ କରିବାକୁ ଓଡିଶା ସର୍କଲ ମୁଖ୍ୟ ଡାକପାଳ ସନ୍ତୋଷକୁମାର କାମିଲା ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧ରୁ ଆଇପିପିବି ସେବାର ଶୁଭାରମ୍ଭ କରିଛନ୍ତି । ୮,୨୧୫ ଟି ଡାକଘରେ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସେବା ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି ଶ୍ରୀ କାମିଲା ସୂଚନା ଦେଇଛନ୍ତି । ଲୋକମାନେ ୧୨ ଟଙ୍କା ପ୍ରିମିୟମ ଦେଇ ୨ ଲକ୍ଷ୍ୟର ବୀମା ପାଇପାରିବେ । ପୋଷ୍ଟମ୍ୟାନ ଓ ଡାକ ବିତରଣକାରୀ ସାଧାରଣ ଲୋକଙ୍କ ଘରକୁ ଯାଇ ଆଇପପିବି ସେବା ଯୋଗାଇଦେବା କଥା ଶ୍ରୀ କାମିଲା ସୂଚନା ଦେଇଛନ୍ତି ।

୧୮୭୪ ମସିହା ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟ ୟୁନିୟନ ପ୍ରତିଷ୍ଠା ହୋଇଥିଲା । ଆନନ୍ଦ ମୋହନ ନରୁଲା ନାମକ ଜଣେ ଭାରତୀୟଙ୍କ ପ୍ରସ୍ତାବ କ୍ରମେ ୧୯୬୯ ମସିହାରୁ ଏହି ଦିନଟିକୁ ବିଶ୍ୱ ଡାକ ଦିବସ ଭାବରେ ପାଳନ କରାଯାଉଛି । ବିଶ୍ୱସ୍ତରରେ ଡାକସେବାର ପ୍ରଚାର ଓ ପ୍ରସାର ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।