୨୦୩୦ ପୃଥୀବି ଭୟଙ୍କର ବିପଦର ସମ୍ମୁଖୀନ ହେବ..ଚେତାବନୀ ଦେଲେ ବୈଜ୍ଞାନିକ

0

(ସଂଜୁକ୍ତା) : ପୃଥିବୀକୁ ମାଡି ଆସୁଛି ବିପଦ । ଆଗାମୀ ଦିନରେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ପୃଥିବୀର ଜଳବାୟୁ । ୨୦୩୦ ସୁଦ୍ଧା ତାପମାତ୍ରା ୧.୫ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏଥିଯୋଗୁଁ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହେବା ସହ ଧନଜୀବନ ହାନିର ଆଶଙ୍କା ରହିଛି ବୋଲି ଆନ୍ତର୍ଜାତିକ ସଂଗଠନ ଇଣ୍ଟର ଗଭରମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ ଚେଂଜ ତଥା ଆଇପିସିସି ଚେତାବନୀ ଦେଇଛି। ଏବେଠାରୁ ସତର୍କ ନହେଲେ ପରିଣାମ ଅତ୍ୟନ୍ତ ଭୟଙ୍କର ହେବାର ଆଶଙ୍କା ରହିଛି । ଏହାଦ୍ୱାରା ବିଶ୍ୱର ସବୁ ଦେଶ ପ୍ରଭାବିତ ହେବ। ଭାରତର ସହରମାନଙ୍କ ମଧ୍ୟରେ କୋଲକାତା ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ପାକିସ୍ତାନର କରାଚୀ ସହର ମଧ୍ୟ ପ୍ରଭାବିତ ହେବ । ତାପମାତ୍ରା ବୃଦ୍ଧି ଯୋଗଁ୨୦୧୫ ପରି ଗ୍ରୀଷ୍ମ ଲହରୀ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।୨୦୧୫ରେ ହୋଇଥିବା ଗ୍ରୀଷ୍ମ ଲହରୀରେ ପ୍ରାୟ ୨୫ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ବିଶ୍ୱ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ।

ତାପମାତ୍ରା ବୃଦ୍ଧି ଯୋଗୁଁ ଜଳବାୟୁ ପରିବର୍ତ୍ତନ, ସମୁଦ୍ରର ଜଳପତ୍ତନ ବୃଦ୍ଧି ସହ ବରଫ ତରଳିବା ଭଳି ଗୁରୁତର ସମସ୍ୟା ଦେଖାଦେବ ବୋଲି ଆଇପିସିସି ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶ୍ୱର ବିଭିନ୍ନ ଦେଶର ପ୍ରାୟ ୧୦୦ରୁ ଅଧିକ ବୈଜ୍ଞାନିକ ମିଳିତ ଭାବେ ଏହି ରିପୋର୍ଟ ଦେଇଛନ୍ତି। । ଏହାର ସମାଧାନ ପାଇଁ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ଅଙ୍ଗାରକାମ୍ଳ ନିଗର୍ମନକୁ ଯଦି ନିୟନ୍ତ୍ରଣ କରାଯିବ ତେବେ ତାପାମାତ୍ରା ବୃଦ୍ଧି ନିୟନ୍ତ୍ରଣ ବାହାରକୁ ଯିବ ନାହିଁ । ସାରା ବିଶ୍ୱରେ ଏବେ ବର୍ଷକୁ ୪୦ ବିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗତ ହେଉଛି । ଏହି ନିର୍ଗମନ ପରିମାଣକୁ ବାର୍ଷିକ ଏକ ବିଲିୟନ ଟନକୁ ଯେପରି ହ୍ରାସ କରାଯିବ ସେଥିପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି।