ସୁବର୍ଣ୍ଣପୁରରେ ବିଶ୍ୱ ହୃଦୟ ଦିବସ ପାଳନ

0

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏନମାନଙ୍କ ଦ୍ୱାରା ଆୟୋଜନ ହୋଇଥିବା ରାଲି ସହର ପରିକ୍ରମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ “ମୋ ହୃଦୟ ଆପଣଙ୍କର ହୃଦୟ’ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ବିଜୟ ଲକ୍ଷ୍ମୀ ଗୁରୁ , ଏଡିଏମ ଓ ରସ୍ମିତା ସାହୁ , ପ୍ରଦୁମ୍ନ ସାହୁ , ଡିପିଏମ ମୌସୁମୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।