ଆଜି ବିଶ୍ୱ ହୃଦୟ ଦିବସ

0

(ସୌମ୍ୟ ରଂଜନ ସେଠୀ): ଆଜି ବିଶ୍ୱ ହୃଦୟ ଦିବସ । ହୃଦୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଏହାକୁ ସୁସ୍ଥ ରଖିବାକୁ ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବାକୁ ସେପ୍ଟେମ୍ବର ୨୯କୁ ବିଶ୍ୱ ସ୍ତରରେ ହୃଦୟ ଦିବସ ଭାବରେ ପାଳନ କରାଯାଇଥାଏ ।

ହୃଦରୋଗ ପରି ଘାତକ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ଅଧିକ ଥିବା ରେକର୍ଡ ହୋଇଛି । ଅଧିକକୁ ଅଧିକ ଜୀବନକୁ ଏହି ଘାତକ ଠାରୁ ସୁରକ୍ଷିତ ରଖିବାକୁ ଚଳିତ ବର୍ଷ ‘ମୋ ହୃଦୟ ପାଇଁ , ଆପଣଙ୍କ ଦୃଦୟ ପାଇଁ, ସମସ୍ତଙ୍କ ହୃଦୟ ପାଇଁ’ ଶପଥ ନେଇ ଆଗେଇବାକୁ ସ୍ୱାସ୍ଥ୍ୟ ବିଭାଗ ଆହ୍ୱାନ କରିଛି ।