ବିଶ୍ୱ ହେପାଟାଇଟିସ୍ ଦିବସ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ହେପାଟାଇଟିସ୍ ଦିବସ । ସାରା ରାଜ୍ୟରେ ଜୁଲାଇ ୨୮ ତାରିଖକୁ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ଉକ୍ତ ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ। ହେପାଟାଇଟିସ୍ ଏମିତି ଏକ ସଂକ୍ରାମକ ରୋଗ ଯାହା ଆମ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଯକୃତ ପ୍ରତି ବିପଦ ସୃଷ୍ଟି କରିଥାଏ। ହେପାଟାଇଟିସ୍ ସାଧାରଣତଃ ୫ ପ୍ରକାରର ହୋଇଥାଏ। ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଈ। ତେବେ ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ଆସନ୍ତୁ ଜାଣିବା ହେପାଟାଇଟିସ୍ ରୋଗର ଲକ୍ଷଣ ଏବଂ ନିରାକରଣ  ।
ହେପାଟାଇଟିସ୍ ରୋଗର ମୁଖ୍ୟ ଲକ୍ଷଣ ହେଉଛି
– ବ୍ୟକ୍ତିର ଆଖି ଓ ଶରୀରର ରଙ୍ଗ ହଳଦିଆ ପଡ଼ିବା ।
– ତରଳ ଝାଡ଼ା ହେବା ।
– ତ୍ୱଚା ଅତି ସମ୍ବେଦନଶୀଳ ହେବା ।
-ଭୋକ ନ ଲାଗିବା ।
-ବଦହଜମୀ ଓ ବାନ୍ତି ହେବା ।
– ପେଟରେ ଯନ୍ତ୍ରଣା ଓ ପେଟ ଫୁଲିବା ।
– ଜ୍ୱର ଏବଂ ଥକାପଣ ଲାଗି ରହିବା ।
– ମୁଣ୍ଡ ବ୍ୟଥା ହେବା ।
– ଚିଡ଼ଚିଡ଼ା ଲାଗିବା ।
ନିରାକରଣ
– ହେପାଟାଇଟିସ୍ ବର୍ଷା ଋତୁରେ ଅଧିକ ବ୍ୟାପିଥାଏ। ତେଣୁ ଏହି ସମୟରେ ଅଧିକ ତେଲ ଯୁକ୍ତ, ଅତ୍ୟଧିକ ମସଲା ଯୁକ୍ତ, ଆମିଷ ଏବଂ ଭାରି ଖାଦ୍ୟ ଖାଇବା ଅନୁଚିତ୍।
– ଏହି ରୋରୁ ରକ୍ଷା ପାଇବା ପାଇଁ ନିରାମିଷ ଖାଦ୍ୟ, ବ୍ରଉନ ରାଇସ୍, ସବୁଜ ପନିପରିବା, ଭିଟାମିନ୍-ସି ଯୁକ୍ତ ଫଳ ତଥା ଖାଦ୍ୟ ଆଦି ଭରପୂର ମାତ୍ରାରେ ସେବନ କରିବା ଉଚିତ।
– ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ସେବନ କରିବା ଅନୁଚିତ।

– ଛେନା ଏବଂ ଲହୁଣି ଖାଆନ୍ତୁ ନାହିଁ।