ଭୁବନେଶ୍ବର: ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି। ତମାଖୁ ସେବନର କୁପ୍ରଭାବରେ କେବଳ କର୍କଟ ହେଉଛି ତାହା ନୁହଁ। ହୃଦ୍ରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ପଛରେ ଏହା ମୁଖ୍ୟ କାରଣ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ତମାଖୁମୁକ୍ତ ଶୈଶବ’। ଏହାର ଅର୍ଥ, ଶିଶୁଙ୍କୁ ତମାଖୁଠାରୁ ଦୂରେଇ ରଖିବା। ତମାଖୁ ସେବନ ତଥା ଏହାର କାରବାରକୁ କମାଇବା ଏହାର ଲକ୍ଷ୍ୟ। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ତଥା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ତଥ୍ୟ କହୁଛି, ୧୫ ବର୍ଷ ବା ତା’ଠାରୁ କମ୍ ବୟସର ଶିଶୁମାନେ ତମାଖୁ ସେବନ କରୁଛନ୍ତି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-୨ ଅନୁଯାୟୀ ଓଡ଼ିଶାରେ ୫୫.୯ ପ୍ରତିଶତ ପୁରୁଷ ଓ ୨୨.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ୯.୭ ପ୍ରତିଶତ ଲୋକ ଧୂମଯୁକ୍ତ ତମାଖୁ ସେବନ କରୁଥିବାବେଳେ ୩୪.୬ ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି। ସର୍ଭେ ଅନୁଯାୟୀ, ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢିଚାଲିଛି। ଦିନକୁ ଦିନ କୁନିକୁନି ପିଲାମାନେ ନିଶା କବଳରେ ପଡୁଥିବାରୁ ତାଙ୍କ ଭିବଷ୍ୟତ ନଷ୍ଟ ହେଉଛି | ତେବେ ଆଜି ହେଉଛି ଆଜି ବିଶ୍ବ ତମାଖୁମୁକ୍ତ ଦିବସ | ଏହି ଦିନରେ ତମାଖୁମୁକ୍ତ କରିବା ପାଇଁ ସଂକଳ୍ପ ନେଇ ବିଭିନ୍ନ ଜାଗାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ | ଏବଂ ଲୋକଙ୍କୁ ସଚେତନ କରାଯାଏ |