(ଅନୁସ୍ୱୟା)ଭୁବନେଶ୍ୱର: ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ତରଫରୁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ମହିଳା ଫୁଟ୍ବଲ୍ ପ୍ରତି ଅବଦାନ ପାଇଁ ଗୀତାଞ୍ଜଳି ସାମନ୍ତରାୟ ଏବଂ ପୂର୍ବତନ ଫୁଟ୍ବଲ୍ ଖେଳାଳି ତଥା କୋଚ୍ ପ୍ରଫୁଲ୍ଲ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ସଂଘ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ଓସ୍ଜାର ସମ୍ପାଦକ ସନାତନ ପାଣି, ଉପସଭାପତି ସୁରେଶ ସ୍ୱାଇଁ ଏବଂ କୋଷାଧ୍ୟକ୍ଷ ହିମାଂଶୁ ପତି ମିଶ୍ର ପ୍ରମୁଖ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡ଼ା ସାମ୍ବାଦିକମାନେ କିଭଳି ପରିସ୍ଥିତିରେ ସମ୍ବାଦ ସଂଗ୍ରହ କରି ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି ସେ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ଓସଜା ସାଧାରଣ ସମ୍ପାଦକ ସନାତନ ପାଣି କହିଥିଲେ ।