ବିଶ୍ୱ ଯକ୍ଷ୍ମା ଦିବସ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ଯକ୍ଷ୍ମା ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ବାୟୁ ପ୍ରଦୁଷଣ ଉପରେ ନିୟନ୍ତ୍ରଣ କରାଯିବା ନିହାତି ଦରକାର । ଯକ୍ଷ୍ମା ରୋଗ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ପବନ ଏବଂ ସଂକ୍ରମଣ ପାଇଁ ଏହି ରୋଗ ହୋଇଥାଏ । ଯକ୍ଷ୍ମା ରୋଗର କଣିକା ଦ୍ୱାରା ନ୍ୟୁକ୍ଲିଆଇ ଉତ୍ପନ୍ନ ହୋଇଥାଏ । ଯାହାଦ୍ୱାରା ବାୟୁ ମାଧ୍ୟମରେ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ । ଏହି କଣିକା କିଛି ସମୟ ମଧ୍ୟରେ ବାତାବରଣକୁ ନେଇ ସକ୍ରିୟ ହୋଇଯାଏ ।
କେନ୍ଦ୍ର ସରକାର ୨୦୨୫ ମସିହା ମଧ୍ୟରେ ଦେଶରେ ଯକ୍ଷ୍ମା ରୋଗର ସଂପୂର୍ଣ୍ଣ ଭାବରେ ନିପାତ କରିବା ପାଇଁ ଲକ୍ଷ ରଖିଛନ୍ତି । ପୂର୍ବବର୍ଷ ସାରା ଦେଶରେ ୨୧ ଲକ୍ଷ ୫୬ ହଜାର ୩୨୧ ରୋଗୀଙ୍କ ପଞ୍ଜିକୃତ କରାଯାଇଥିଲା । ସବୁଠାରୁ ଅଧିକ ଆନ୍ଧ୍ରପ୍ରଦେଶରେ ଯକ୍ଷ୍ମା ରୋଗର ମାମଲା ଦେଖାଯାଇଥିଲା । ଏହା ପରେ ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସବୁଠାରୁ ଅଧିକ ଯକ୍ଷ୍ମା ରୋଗୀଙ୍କର ପଂଞ୍ଜିକୃତ କରାଯାଇଛି । ଏହି ରୋଗ କାରଣରୁ ଭାରତରେ ୪ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଛନ୍ତି । ୯୬ ପ୍ରତିଶତ ରୋଗୀଙ୍କୁ ଏ ରୋଗ ସଂପର୍କରେ ଜଣାପଡେନାହିଁ ଏବଂ ସେମାନେ ଏହାର ଚିକିତ୍ସା ମଧ୍ୟ କରନ୍ତି ନାହିଁ ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ତଥ୍ୟାନୁସାରେ ୨୦୧୮ରେ ଯକ୍ଷ୍ମା ରୋଗରେ ୮୩ ହଜାର ରୋଗୀ ପୀଡିତ ହୋଇଛନ୍ତି । ଏଥିରେ ୮୮ ପ୍ରତିଶତ ରୋଗୀଙ୍କ ଚିକିତ୍ସା ନିଦ୍ଧାରିତ ସମୟ ମଧ୍ୟରେ ହୋଇପାରିଛି ।