ଭୁବନେଶ୍ବର: ଆସନ୍ତା ୮ ତାରିଖରେ ବିଶ୍ବ ଥାଲାସେମିଆ ଦିବସ। ଏହି ରୋଗର ସଚେତନତା ପାଇଁ ଥାଲାସେମିଆ ସୋସାଇଟି ଓ ସିକଲସେଲ୍ ସୋସାଇଟି ଓଡିଶା(ଟିଏସଏସଓ) ପକ୍ଷରୁ ଅସ୍ତର ସିଏମଆଇ ହସ୍ପିଟାଲ ବେଙ୍ଗାଲୁରୁ ସହଯୋଗରେ ବିଶ୍ବ ଥାଲାସେମିଆ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ଥାଲାସେମିଆଙ୍କ ଯତ୍ନ ଓ ଚିକିତ୍ସା ପାଇଁ ଲୋକଙ୍କୁ ସଂଯୋଗ କରିବା।
ମୁଖ୍ୟଅତିଥି ଭାବେ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଲେଣି ସୁସ୍ଥ ଭାରତ, ଶ୍ରେଷ୍ଠ ଭାରତ। ସଚେତନତା ପାଇଁ କୋଭିଡକୁ ମୁକାବିଲା କରିପାରିଲୁ। ଯେଉଁମାନେ ଥାଲାସେମିଆ ରୋଗରେ ପୀଡିତା ଅଛନ୍ତି ସେମାନେ ସାହସର ସହ ମୁକାବିଲା କରନ୍ତୁ। ପ୍ରତିରୋଗ ପାଇଁ ସଚେତନର ଆବଶ୍ୟକ ରହିଛି। କେବଳ ସଚେତନ ହିଁ ରୋଗ ଦୂର କରିପାରିବ। ସରକାର ରୋଗ ଦୂର ପାଇଁ ଅନେକ ଯୋଜନା କରୁଛନ୍ତି। କିନ୍ତୁ ରୋଗ ହେଲେ କେବଳ ଡାକ୍ତରଖାନା ଗଲେ ହେବ ନାହିଁ। ଆମକୁ ଖାଦ୍ୟ ଓ ଶରୀର ପାଇଁ ସଚେତନ ହେବାକୁ ପଡିବ। ଆମେ ପୂର୍ବରୁ ଢିଙ୍କିକୁଟା ଚାଉଳ ଓ ଶିଳରୁ ବଟା ମସଲା ଖାଉଥିଲୁ। ଏବେ ସମୟ ବଦଳିଛି ଲୋକେ ସେସବୁ ଭୁଲି ଯାଇଁ ପାଶ୍ଚାତ ସଭତ୍ୟକୁ ଆପଣାଇଲେଣି। ରକ୍ତଦାନ କେବଳ କଥାରେ ରହିଯାଇଛି। ସବୁ ଯୁବବର୍ଗ ଏକାଠି ହୁଅନ୍ତୁ।
ଡକ୍ଟର ଷ୍ଟାଲିନ୍ ରାମପ୍ରକାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥାଲାସେମିଆ ରୋଗୀଙ୍କ ଯତ୍ନ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ଥାଲାସେମିଆ ଫେଡେରେସନ ଅଧ୍ୟକ୍ଷ ଶୋଭା ତୁଲି କହିଥିଲେ ଏହି ରୋଗକୁ ଅଧିକ ସଚେତନ କରିବାକୁ ସବୁ କମ୍ୟୁନିଟିକୁ ଯୋଡା ଯାଉ। ସରକାର, ରୋଗୀ ଓ ସମ୍ପର୍କୀୟ ଏକାଠି ହୋଇ ଏହି ରୋଗ ବିଷୟରେ ଅବଗତ ହେବା ଆବଶ୍ୟକ। କୋଲ୍ ଇଣ୍ଡିଆ ସିଏସଆର ଜିଏମ୍ ରେଣୁ ଚର୍ତୁବେଦୀ କହିଲେ ପରିବାର ଭିତରେ ସହଯୋଗ ଓ ସଚେତନ ରହିଲେ ରୋଗରୁ ଆମେ ମୁକ୍ତି ପାଇପାରିବା।
ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର କହିଲେ ଥାଲାସେମିଆ ଭୟବହତା ବଢୁଛି। କେବଳ ସଚେତନ ଦ୍ବାରା ଏହି ରୋଗରୁ ମୁକ୍ତି ମିଳିପାରିବ। ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ କହିଥିଲେ ଥାଲାସେମିଆ ରୋଗ ଦୂର ପାଇଁ ସମସ୍ତଙ୍କ ଭିତରେ ସହଯୋଗର ଆବଶ୍ୟକ ରହିଛି। ଅଧିକରୁ ଅଧିକ ଏହାର ସଚେତନ କଲେ ନିଶ୍ଚୟ ଏହି ରୋଗ ରାଜ୍ୟରୁ କମିବ।
ଉଦଘାଟନୀ ଭାଷଣ ଟିଏସଏସଓର ସଭାପତି ନିରାକାର ପଣ୍ଡା ପ୍ରଦାନ କରି କହିଥିଲେ ଯେ ଆମ ରାଜ୍ୟରୁ ଥାଲାସେମିଆ ରୋଗକୁ ଦୂର କରିବା ଆମର ମୁଖ୍ୟ ଉଦେଶ୍ୟ। ୨୦୧୧ ମସିହାରେ ଓଡିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ୫ ହଜାର ଥିଲା। ବର୍ତ୍ତମାନ ୩୧ ହଜାରରେ ପହଞ୍ଚିଲାଣି। ସବୁ ବର୍ଗରେ ଥାଲାସେମିଆ ରୋଗର ସଚେତନତା ଅବଶ୍ୟକ ଅଛି। ଏହି ରୋଗର ଭୟବହତା ବହୁତ। ଆମେ ଯଦି ସଚେତନ ନେବା ଅକାଳରେ ଅନେକ ଜୀବନ ଚାଲିଯିବ। ରକ୍ତଦାନ କିଭଳି ଅଧିକ ହୋଇପାରିବ ତା ସହ ସ୍କ୍ରିନିଂ ହୋଇପାରିବ ତାହା ଉପରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ।
ଅତିଥିମାନେ ସେମାନଙ୍କର ଚିନ୍ତାଧାରା ବାଣ୍ଟିଥିଲେ ଏବଂ ରକ୍ତ ବ୍ୟାଧି ରୋଗର ଯତ୍ନ, ଚିକିତ୍ସା ଏବଂ ନିୟନ୍ତ୍ରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଟିଏସଏସଓ ଦ୍ୱାରା ଓଡ଼ିଶା ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯେଉଁଥିରେ ଦୁଃଖଦ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। କର୍ମଶାଳା ଅଧିବେଶନଗୁଡିକରେ ଜାତୀୟ ଓ ଆନ୍ତର୍ଜାତୀୟ ହେମାଟୋଲୋଜିଷ୍ଟ ପ୍ରଫେସର (ଡା) ବିଷ୍ଣୁ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଡକ୍ଟର ପ୍ରୀତିଶ ଚନ୍ଦ୍ର ପାତ୍ର, ଡ. ନଳିନୀ ପତି, ଡ. ଷ୍ଟାଲିନ ରାମପ୍ରକାଶ, ଶୋଭା ତୁଲି, ଡ. ଗିରିଜାନନ୍ଦିନୀ କାନୁନଗୋ, ଡ. ରଶ୍ମୀ ରଂଜନ ଦାସ, ଡ. ବିଶ୍ୱଜିତ୍ ଭୁୟାଁ, ଡକ୍ଟର ଆମୀୟ ରଂଜନ ନାୟକ ଥାଲାସେମିଆ ରୋଗ ଉପରେ ସେମାନଙ୍କର ବିଶେଷଜ୍ଞ ଆଲୋଚନା ଉପସ୍ଥାପନ କରିଥିଲେ |
ଶେଷ ଅଧିବେଶନରେ ଶୋଭା ତୁଲି, ଡ. ଷ୍ଟାଲିନ ରାମପ୍ରକାଶଙ୍କ ସହ ପ୍ରଫେସର ଡକ୍ଟର ସାଗର କୁମାର ମିଶ୍ର, ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ, ଗୋମାଥୀ ସୁବୁ ଲକ୍ଷ୍ମଣ, ରେଣ ଚତୁର୍ବେଦୀ, ଚେତନ କପୁର୍ ସାମିଲ ହୋଇଥିଲେ। ଥାଲାସେମିଆ ଯୋଦ୍ଧା, ସେମାନଙ୍କ ଅଭିଭାବକ, ଛାତ୍ର ଏବଂ ସ୍ୱାସ୍ଥ୍ୟ ବିଜ୍ଞାନର ବୃତ୍ତିଗତଙ୍କ ସମେତ ପ୍ରାୟ 600 ଜଣଙ୍କର ଏକ ସମାବେଶ ବିଶ୍ୱ ଥାଲାସେମିଆ ଦିବସ 2025 ପାଳନ କରିବା ପାଇଁ ଏକତ୍ରିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଟିଏସଏସଓ ସଚିବ ଦୀପକ କୁମାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଉପ-ସଭାପତି ମାନସ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ନିହାରିକା ପଣ୍ଡା,ଡ. ବିଜୟ ମିଶ୍ର, ଡକ୍ଟର ପ୍ରକାଶ ତ୍ରିପାଠି, ଗୁଞ୍ଜନ ଅଗ୍ରଓ୍ବାଲ ଓ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ଅନ୍ୟ ସମସ୍ତ ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ।