ଘଟଗାଁରେ ବିଶ୍ୱ ପାଇଖାନା ଦିବସ ପାଳିତ

0

( ଅମରେନ୍ଦ୍ର ଦେହୁରୀ): ଘଟଗାଁ ବ୍ଲକ ଓ ମୁକୁନ୍ଦପୁର ପାଟଣା ଗ୍ରାମ ପଂଚାୟତ ମିଳିତ ଆନୁକୂଲ୍ୟରେ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ବିଡ଼ିଓ ଶ୍ରୀ ତ୍ରିଲୋଚନ ମହାନ୍ତି ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରି ଆଜିର ବିଶ୍ୱ ପାଇଖାନା ଦିବସ ଅବସରରେ ଆମେ ସମସ୍ତେ ପାଇଖାନା ବ୍ୟବହାର ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଶୋଭାଯାତ୍ରାରେ ଘଟଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗଣ , ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟଗଣ , ଗ୍ରାମ ପଂଚାୟତ କର୍ମୀ , ସରପଞ୍ଚ ସମିତି ସଭ୍ୟ , ଓ ବିଜୁ ଯୁବ ବାହିନୀ ର ସଭ୍ୟଗଣ ଯୋଗ ଦେଇ ବଜାର ପରିକ୍ରମା କରିଥିଲେ । ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଏହି ଶୋଭାଯାତ୍ରା ପରିଚାଳନା କରିଥିଲେ ।