ପୋକର ମୂଲ୍ୟ କୋଟିଏ ଟଙ୍କା

0

ପୋକର ମୂଲ୍ୟ କୋଟିଏ ଟଙ୍କା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ପୃଥିବୀରେ ୨ରୁ ଇଞ୍ଚର ଏମିତି ଏକ ପୋକ ରହିଛି, ଯାହାର ମୂଲ୍ୟ ଅଡ଼ିବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରଠାରୁ ମଧ୍ୟ ଅଧିକ କିଛି ବର୍ଷ ପୂର୍ବେ ଜଣେ ଜାପାନୀ  ବ୍ୟବସାୟୀ ୮୯,୦୦୦ଡଲାରରେ ଏହି ପୋକ ବିକ୍ରି କରିଥିଲେ କୁହାଯାଏ ଯେ ଏହା ପୃଥିବୀରେ ଥିବା ସବୁଠାରୁ ଛୋଟ, ଅଦ୍ଭୁତ ଏବଂ ବିରଳ ପ୍ରଜାତି ପୋକ ଅଟେ

ଏହି ପୋକର ନାମ ଷ୍ଟେଗ ବିଟଲ୍, ଏହା ଲୁକାନିଡେ ପରିବାରର ସଦସ୍ୟ, ଯାହାର ୧୨୦୦ପ୍ରଜାତି ରହିଛି ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ଏହା ଦେଖିବାକୁ ବହୁତ ଛୋଟ ଏହି ପୋକରୁ ଅନେକ ବଡ ବଡ ରୋଗ ପାଇଁ ଔଷଧ ତିଆରି ହୋଇଥାଏ, ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ ଏହି କାରଣରୁ, ଏହି ପ୍ରଜାତି ବିଲୁପ୍ତ ହେବାର ବିପଦ ମଧ୍ୟ ବଢିବାରେ ଲାଗିଛି।

ଷ୍ଟେଗ ବିଟଲ୍ ଏତେ ସୂକ୍ଷ୍ମ ଯେ ଏହା ଅତ୍ୟଧିକ ଥଣ୍ଡାକୁ ସହ୍ୟ କରିପାରେ ନାହିଁ ଯଦି ଏହି ପୋକ ଶୀତ ଋତୁରେ ନିଜକୁ ରକ୍ଷା କରିପାରେ ତେବେ ତାର ମୃତ୍ୟୁ ହୋଇଥାଏ ଏହାର ମୁଣ୍ଡରେ କଳା ଶିଙ୍ଗ ଅଛି ସେଗୁଡ଼ିକ ପ୍ରାୟ ୧୦୦ ରୁ ଇଞ୍ଚ ମଧ୍ୟରେ ଥାଏ ଲୋକମାନେ ଏହି ପୋକକୁ ନିଜ ସଉକ ପାଇଁ ରଖିଥାନ୍ତି ଏହା କେବଳ ଗରମ ସ୍ଥାନରେ ରହିଥାଏ

କେବଳ ଏତିକି ନୁହେଁ, ଏହି ପୋକଗୁଡ଼ିକ ପ୍ରାୟ ସାତ ବର୍ଷ ବଞ୍ଚିଥାନ୍ତି ଷ୍ଟେଗ୍ ବିଟେଲ ଫଳ ରସ, ଗଛର ରସ ଖାଇଥାନ୍ତି ଏହାର ଜିଭ କମଳା ରଙ୍ଗର ଅଟେ ଅନେକ ଦେଶରେ ଏହି ପୋକକୁ ବିଲୁପ୍ତ ବର୍ଗରେ ରଖାଯାଇଛି