ଚିନ୍ତା ବଢାଇଲାଣି କୋଭିଡ ନୂଆ ସବ ଭାରିଆଣ୍ଟ JN.1

0

ନୂଆଦିଲ୍ଲୀ: ପୁଣିଥରେ ଡରାଇଣାଣି ମହାମାରି କରୋନା । ସବ ଭାରିଆଣ୍ଟ JN.1 କୁ ନେଇ ଏବେ ଚିନ୍ତା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି ବୈଠକ । । ସବୁ ରାଜ୍ୟର ସ୍ବ୍ୟସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ମୁକାବିଲା ନେଇ ଆଲୋଚନା କରୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । କରୋନାର ନୂଆ ଭାରିଆଣ୍ଟକୁ ନେଇ ହେବ ଆଲୋଚନା। କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ଗାଇଡଲାଇନ୍ ଜାରି କରାଯାଇଛି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପୁଣି ଥରେ ଓଡ଼ିଶାକୁ ମାସ୍କ ଫେରିବା ସମ୍ଭାବନା ରହିଛି । ଏପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି ଜୋରଦାର ହୋଇଛି । ଗତବର୍ଷ ରାଜ୍ୟ ସରକାର କୋଭିଡ ପ୍ରତ୍ୟାହାର କରିଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଆଉ ବାଧ୍ୟତାମୂଳକ ହୋଇ ରହି ନାହିଁ । ନୂଆ ଭାରିଆଣ୍ଟ JN.1 ନୂଆ ବିପତ୍ତି ଆଣିବ ବୋଲି ଆଶଙ୍କା କରାଯାଉଛି। କେରଳ ଓ କର୍ଣ୍ଣାଟକରେ କିଛି ଲୋକଙ୍କ ଜୀବନ ଗଲାଣି। ଆଗକୁ ବଡ଼ ଦିନ, ନୂଆବର୍ଷ ଓ ବଣଭୋଜି ଋତୁ ଚାଲିଥିବାରୁ ସଂକ୍ରମଣ ବୃଦ୍ଧି ହୋଇପାରେ । ଏପରି ପରିସ୍ଥିତିରେ କୋଭିଡ କଟକଣା ଫେରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ରାଜ୍ୟରେ ଆରଟିପିସିଆର ଟେଷ୍ଟ ସେଣ୍ଟର ପୁନ୍ଃକ୍ଷମ ହୋଇଥିବା ବେଳେ ମେଡିକାଲରେ ଅମ୍ଳଜାନ, ଔଷଧ, କିଟ ଆଦି ପଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ।