ମୋମୋ ଖାଉଛନ୍ତି କି ? ସାବଧାନ

0

(ଅନୁସ୍ୱୟା)ସମସ୍ତଙ୍କୁ ପ୍ରାୟ ବାହାର ଜିନିଷ ଖାଇବାକୁ ଭଲ ଲାଗେ । ସେଥିମଧ୍ୟରୁ ବର୍ତ୍ତମାନ ମୋମୋଜ ଚାହିଦା ରହିଛି । ପାଟିକୁ ସୁଆଦିଆ ଲାଗୁଥିବା ମୋମୋଜ ଉପରେ ଏକ ଆଶ୍ଚର୍ୟ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୋମୋଜ ଶରୀରକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହାର କ୍ବାଲିଟି ଏବଂ ଏହା ସହିତ ଥିବା ନାଲି ରାଗ ଚଟଣୀ ଖାଇବା ଦ୍ବାରା ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ଏଥିରେ ଆବଶ୍ୟକତା ଠାରୁ ଅଧିକ ଫ୍ୟାକ୍ଟଲ ରହିଥାଏ, ଯାହା ପାଣି ଏବଂ ଖାଦ୍ୟ ମାଧ୍ୟମରେ ଶରୀରକୁ ଯାଇ ଅନେକ କ୍ଷତି ପହଞ୍ଚାଇଥାଏ। ମୋମୋଜ ବ୍ୟତୀତ ଗୁପଚୁପ୍, ସିଙ୍ଗଡ଼ା, କଚୋଡ଼ି ଭଳି ଷ୍ଟ୍ରିଟ୍ ଫୁଡ୍ ମଧ୍ୟ ଏଥିରେ ସାମିଲ ରହିଛି।
. ମୋମୋଜ ପ୍ରସ୍ତୁତ କରିବା ପାଇଁ ବ୍ଲିଚିଙ୍ଗ ମଇଦାର ବ୍ୟବହାର କରାଯାଇଥାଏ। ଏହା ସହିତ କେତେକ କେମିକାଲ ମଧ୍ୟ ବ୍ୟବହାର କରାଯାଇଥାଏ।
. ମୋମୋଜରେ ମୋନୋସୋଡିୟମ ଗ୍ଲୁଟାମେଟ ରହିଥାଏ। ଯାହା ଶରୀରର ହାଡ଼କୁ ଦୁର୍ବଳ କରିଦେଇଥାଏ। ଏହା ବ୍ୟତୀତ ଏଥିରେ ଶରୀରର ଶିରା-ପ୍ରସିରା ସଠିକ୍ କାମ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ।
. ଏହାକୁ ପ୍ରସ୍ତୁତ କରିବା ପାଇଁ ସଠିକ ମସଲା ବ୍ୟବହାର କରାଯାଇନଥାଏ । ସେହିପରି ଏହାର ଚଟଣୀ ଅଧିକ ରାଗ ହୋଇଥିବାରୁ ମଳକଣ୍ଟକ ରୋଗ ହେବାର ଆଶଙ୍କା ରହିଥାଏ।
. ତେଲିଆ ଖାଦ୍ୟ ୬ ରୁ ୮ ଘଣ୍ଟା ମଧ୍ୟରେ ଖରାପ ହୋଇଯାଇଥାଏ। ଯଦି ଏହାକୁ ଆପଣ ଫ୍ରିଜରେ ରଖିବେ ତେବ ଏହା ୧୨ ଘଣ୍ଟା ପର୍ୟ୍ୟନ୍ତ ଭଲ ରହିଥାଏ।
. ଏହି ଖାଦ୍ୟକୁ ଯଦି ଆପଣ ଅଧିକ ସମୟ ବିତିଯିବା ପରେ ସେବନ କରିଥାନ୍ତି ତେବେ ଆପଣଙ୍କର ଏସିଡିଟି, ବାନ୍ତି ଏବଂ ଡିସେଣ୍ଟ୍ରି ଭଳି ରୋଗ ହୋଇଥାଏ।
. ଏହି ଖାଦ୍ୟ ତିଆରି କରିବାରେ ଖରାପ ପାଣି ମଧ୍ୟ ବ୍ୟବହାର କରାଯାଇଥାଏ। ଏହି ପାଣି ଶରୀରକୁ ଯିବା ପରେ ଟାଇଫଏଡ ଭଳି ଭୟାନକ ରୋଗ ହୋଇଥାଏ।
ଏଥିରୁ କିପରି ରକ୍ଷା ପାଇବେ
. ଯେତେବେଳେ ଆପଣ ଷ୍ଟ୍ରିକ୍ଟ ଫୁଡ୍ ଖାଉଛନ୍ତି. ତାହା ପରେ ଘରକୁ ଆସି ନିଶ୍ଚିନ୍ତ ହାଲୁକା ଉଷୁମ ପାଣି ପିଅନ୍ତୁ।
. ସଫା ପାଣି ଏବଂ ଭଲ ଖାଦ୍ୟ କି ନାହିଁ ଏହା ଦେଖି ଖାଇବା ଅଡ଼ର କରନ୍ତୁ। ଏଥି ସହିତ ଖାଦ୍ୟ ବିକ୍ରେତାମାନେ କିପରି ଖାଦ୍ୟ ପରସୁଛନ୍ତି ତାହା ଉପରେ ଧ୍ୟାନ ରଖନ୍ତୁ।