ଜଳେଶ୍ୱର/ ଅଜିତ କୁମାର ସାହୁ : ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ । ଏଭଳି ଅଭାବନିୟ ଘଟଣା ଦେଖିବା କୁ ମିଳିଛି ସିଂଲା ଥାନା କରୂଆ ଗ୍ରମରେ । ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ହୋଉଛନ୍ତି ସେହିଗ୍ରମର ଆଦିତ୍ୟ ସେଠି । ଆଦିତ୍ୟ ସନ୍ଧ୍ୟା ସମୟରେ ନିଜ ଚାଷ ଜମିରେ ପାଣି ମଡାଇବା ପାଇଁ ଯାଇଥିଲେ ।ସେହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ । ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଡାକ୍ତରଖାନାକୁ ନେଇଯାଇଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସିଂଲା ପୋଲିସ ବସ୍ତା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ତେବେ ମୃତ ଆଦିତ୍ୟ ଜଣେ ଦିନ ମଜୁରୀଆ , ଓ ମେଲାପି ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।