ରୋଗର ଗନ୍ତା ଘର : ଯମୁନା ନଦୀର ପାଣି

ରାଜଧାନୀ ଦିଲ୍ଲୀରେ ସବୁବେଳେ ପରିଷ୍କାର ପାଣି ଓ ପରିବେଶର ସମସ୍ୟା ଲାଗିରହିଥାଏ । କେବଳ ସମୟ ବଦଳି ଯାଉଛି ଅପରିଷ୍କାର ପାଣି ସମସ୍ୟା ଦୂର ହୋଇପାରୁନି ।

0

(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ ସବୁବେଳେ ପରିଷ୍କାର ପାଣି ଓ ପରିବେଶର ସମସ୍ୟା ଲାଗିରହିଥାଏ । କେବଳ ସମୟ ବଦଳି ଯାଉଛି ଅପରିଷ୍କାର ପାଣି ସମସ୍ୟା ଦୂର ହୋଇପାରୁନି । ଏହାର ଏକ ବଡ଼ କାରଣ ଯମୁନା ନଦୀର ଅପରିଷ୍କାର ପାଣି ରହିଛି, ଯାହାକି ସମୟ ଅନୁସାରେ ଖାଲି ଯେ ବିଷାକ୍ତ ହୋଇ ଚାଲିଛି ତାହା ନୁହେଁ ବହୁତ ରୋଗର ସୃଷ୍ଟି କର୍ତ୍ତା ପାଲଟିଛି ।

ସୂଚନାନୁଯାୟୀ , ଏବେ ଏହି ପ୍ରଦୂଷିତ ଯମୁନା ନଦୀ ବିଷୟରେ ଚିନ୍ତା କରିବା ବେଳ ଆସିଯାଇଛି । ଏହା ସେହି ସ୍ଥାନ , ଯେଉଁଠାରୁ ଦିଲ୍ଲୀରେ ଯମୁନା ନଦୀର ଆରମ୍ଭ ହୋଇଥାଏ ଏବଂ ଏହାର ମଇଳା ହେବାର କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଯାଏ ଏଠାରୁ । ନାଳ ନର୍ଦ୍ଦମା ଆଦିର ଅପରିଷ୍କାର ପାଣି ସିଧା ଯମୁନାରେ ଯାଇ ପଡ଼ିଥାଏ । ସେପଟେ ଫ୍ୟାକ୍ଟ୍ରି କାରଖାନା ଗୁଡ଼ିକରୁ ବାହାରୁ ଥିବା ରାସାୟନିକ ପଦାର୍ଥ ମଧ୍ୟ ଯମୁନା ନଦୀକୁ ଛଡ଼ା ଯାଉଛି । ଆଉ ଏହିଭଳି ପ୍ରଦୂଷଣର ସ୍ତର ବି ବୃଦ୍ଧି ପାଏ ଏବଂ ନଦୀ ପୂରା କଳା ନଜର ଆସେ । ଚିନ୍ତାର ବିଷୟ ଯେ, ଦିଲ୍ଲୀରେ ସଫା ପାଣିର ଉତ୍ସ ବହୁତ କମ୍‌ ରହିଛି । ଆଉ ଏହି କ୍ରମରେ ଯମୁନା ନଦୀ ଉପରେ ନିର୍ଭର କରିବା ଆବଶ୍ୟକତା ଠାରୁ ଅଧିକ ରହିଥାଏ । ଏହି କାରଣ କି ଦିଲ୍ଲୀ ଜଳ ବୋର୍ଡର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଏହି ପାଣିକୁ ସଫା କରାଯାଏ କିନ୍ତୁ ପରିଷ୍କାର ଜଳ ଟିକେ ଦିଲ୍ଲୀକୁ ମିଳିପାରୁନାହିଁ । ଫଳରେ ଦିଲ୍ଲୀ ଲୋକ ପାଣି କାରଣରୁ ବାରମ୍ୱାର କିଡନୀ , ଲିଭର , ଡାଇରିଆ ଭଳି ରୋଗର ଶିକାର ହେଉଛନ୍ତି ।