ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ଏକମାତ୍ର ଆଶାୟୀ ଯତି ନାଏକ

0

ହିନ୍ଦୋଳ / ଗୌତମ  ମୁଦୁଲି : ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ଅନେକ ଆଶାୟୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୦୦ମସିହାରୁ ବିଜେଡି ଏଠାରେ ବାଜିମାତ କରି ଦଳକୁ ସୁଦୃଢ କରିବାରେ ଲାଗିଛି। ସେଥିପାଇଁ ବିଜୁ ଜନତା ଦଳରେ ଅନେକ ଆଶାୟୀ ଙ୍କ ସଂଖ୍ୟା ଏଠାରେ ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ବିଜେଡି ଦଳର ଯତି ନାଏକ ଏଥିମଧ୍ୟରୁ ମଧ୍ୟ ବାଦ ପଡ଼ିନାହାନ୍ତି। ୨୦୦୫ ମସିହାରେ ସେତେବେଳର ବିଜୁ ଜନତା ଦଳର ସାଂସଦ ମାନ୍ୟବର ଶ୍ରୀଯୁକ୍ତ ତଥାଗତ ଶତପଥୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ରେ ଯୋଗଦେଇଥିଲେ ଯତି ନାଏକ। ସେହି ସମୟରୁ ଆଜି ପର୍ଯ୍ୟନ୍ତ ଆଉ ପଛଘୁଞ୍ଚା ନଦେଇ ବିଜେଡି ଦଳରେ ରହିଆସୁଛନ୍ତି ଯତି। ୨୦୦୫ ମସିହାରେ ହଳଦିଆବାହାଳ ୟୁଥ କ୍ଲବର ସଭାପତି,୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଢେଙ୍କାନାଳ ଦଳିତ ଅଧିକାର ମଞ୍ଚ କୋଷାଧକ୍ଷ,୨୦୧୪ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଓଡାପଡା ପ୍ରେସକ୍ଲବର ସମ୍ପାଦକ ସହିତ ୨୦୧୭ ମସିହାରୁ ବର୍ତମାନ ପର୍ଯ୍ୟନ୍ତ ଓଡାପଡା ପ୍ରେସକ୍ଲବର କୋଷାଧକ୍ଷ, ୨୦୧୭ ମସିହାରେ ଏମ.ଜି.ଏମ ମିନେରାଲସ ଲିମିଟେଡ଼(ଷ୍ଟିଲ ଡିଭିଜନ କାରଖାନା ନିମିଧା, ଢେଙ୍କାନାଳ) ଉପସଭାପତି ଏବଂ ତା ସହିତ ହଳଦିଆବାହାଳ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘର ଉପଦେଷ୍ଟା ଭାବରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରିଆସୁଛନ୍ତି। ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ନୟାଭାଗିରଥିପୁର ସେବା ସମବାୟ ସମିତିର ଡିରେକଟର ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହାରେ ଆଞ୍ଚଳିକ ହରିଜନ ସେବା ସଂଘ(ହଳଦିଆବାହାଳ) ଉପ ସଭାପତି ଏବଂ ୨୦୨୨ମସିହାରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡାପଡା ବ୍ଲକ ନୟାଭାଗିରଥିପୁର ପଂଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଅଦ୍ୟାବଧି ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି।ପୂର୍ବରୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ରାଜ୍ୟ ବିଜେଡି କାର୍ଯ୍ୟାଳୟ ରେ ଦରଖାସ୍ତ ଆବେଦନ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ସେବେବେଳେ ଦଳ ତାଙ୍କୁ ସୁଯୋଗ ଦେଇନଥିଲା।ଗତ ପଞ୍ଚାୟତ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନୟା ଭାଗିରଥିପୁର ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚନରେ ବିଜୟ ହୋଇ ବର୍ତମାନ ନୟାଭାଗିରଥିପୁର ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ହେଉ ଅବା ମେଡିକାଲ ପ୍ରତିଟି ଜାଗାରେ ସେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରନ୍ତି। ସବୁଠାରୁ ବଡ଼କଥା ହେଲା ୨୦୨୨ ମସିହାରେ ଓଡାପଡା ବ୍ଲକର ନୟାଭାଗିରଥିପୁର ସରପଞ୍ଚ ଭାବେ ନିର୍ବାଚିତ ହେବାର ୩ମାସ ପୂରୁଣୁ ଓଡାପଡା ମେଡିକାଲର ଉର୍ନତିକରଣ ନିମନ୍ତେ ପୂର୍ବରୁ ଦାବୀ ହୋଇଥିବା ସରକାରଙ୍କ ତରଫରୁ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ର ଅନୁମୋଦନ କୁ ନୟାଭାଗିରଥିପୁର ପଞ୍ଚାୟତ ଅଧିନସ୍ଥରେ ନିର୍ମାଣ କରିବା ସହିତ ଶବ ବ୍ୟବଛେଦ ଗୃହର ନିର୍ମାଣ କାର୍ଯ୍ୟ ମଧ୍ୟ  ଅନୁମୋଦନ ହୋଇଯାଇଛି । ତେବେ ଚଳିତ ବର୍ଷ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଆସନଟି ଅନୁସୂଚିତ ଜାତି ପାଇଁ ସାରଂକ୍ଷିତ ଥିବାବେଳେ ଓଡାପଡା ନିର୍ବାଚନ ମଣ୍ଡଳୀରୁ ଏକମାତ୍ର ଆଶାୟୀ ଜତି ନାଏକ ପୁଣି ଥରେ ବିଧାୟକ ଦୌଡରେ ଆଶାବାଦୀ ଅଛନ୍ତି। ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ତାଙ୍କର ସୁ ସମ୍ପର୍କ ଥିବାସହିତ ଓଡାପଡା ବ୍ଲକର ଏକମାତ୍ର ଆଶାୟୀ ଜତି ନାଏକ ଙ୍କୁ ଦଳ ଟିକେଟ ଦେଲେ ବିପୁଳ ମାତ୍ରାରେ ବିଜୟୀ ହେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।