“ୟେ ଜୱାନୀ ହେ ଦିୱାନୀ’ର ଆସିବ ସିକ୍ୱେଲ

0

ମୁମ୍ବାଇ : “ୟେ ଜୱାନୀ ହୈ ଦେୱାନୀ’ର ଆଇକନିକ ଅନସ୍କ୍ରିନ କପଲ ରଣବୀର- ଦୀପିକା ଫିଲ୍ମରେ ଏହି ଯୋଡ ସମସ୍ତଙ୍କ ହୃଦୟ ଜିତିଥିଲା । ୨୦୧୩ର ରେ ଆସିଥିବା ଆୟାନ୍ ମୁଖାର୍ଜୀଙ୍କ ଏହି ଫିଲ୍ମ ବେଶ୍ ଲୋକପ୍ରିୟ ଥିଲା । କେବଳ ଏହାର ପ୍ରେମ କାହାଣୀ ଆଇକନିକ୍ ନୁହେଁ, ତାହାର ଡ୍ୟାନ୍ସ ,ସଙ୍ଗ ପାଇଁ ବି ଅଫିସରେ ମଧ୍ୟ ହିଟ୍ ହୋଇଥିଲା । ୧୦ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଭାରତରେ ୧୮୯ କୋଟି ଟଙ୍କାର କଲେକସନ୍ କରିଥିଲାୟ “ବ୍ରହ୍ମାସ୍ତ୍ର’ ପୂର୍ବରୁ “ୟେ ଜୱାନୀ ହେ ଦେୱାନୀ’ ରଣବୀର ଏବଂ ଆୟାନଙ୍କ ଯୋଡିର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା ।

ସେଥିପାଇଁ ପ୍ରଶଂସକଙ୍କ ଏହି ପୁରୁଣା ଚାହିଦା ଆଜି ବି ଜାରି ରହିଛି ଯେ ଏହାର ଏକ ସିକ୍ଲେ ପ୍ରସ୍ତୁତ କରାଯିବା ଉଚିତ । ଆୟାନ କିମ୍ବା ଫିଲ୍ମର ଉଭୟ କଳାକାର ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହାଁନ୍ତି । କିନ୍ତୁ ବର୍ତ୍ତମାନ ରଣବୀର ପ୍ରଶଂସକଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି ।

Yeh Jawaani Hey Deewani's upcoming sequel

ଯାହା ସୂଚାଉଛି ଯେ ଆସନ୍ତା ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ଆମେ ପରଦାରେ “ୟେ ଜୱାନୀ ହେ ଦେୱାନି -୨’ ଦେଖିପାରିବା । କାହଁକି ନା ଏହାର ସିକ୍ଲେ ବହୁତ ଭଲ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ “ବ୍ରହ୍ମାସ୍ତ୍ର’ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ମଧ୍ୟ ଏହି ସିକ୍ଲେ ପାଇଁ ଏକ ଭଲ କାହାଣୀ ରହିଛି । ରଣବୀରଙ୍କ ବିଷୟରେ କହିବାକୁ ଗଲେ ସେ ତାଙ୍କର ପରବର୍ତ୍ତୀ ଫିଲ୍ମ “ଆନିମଲ’ ନଜର ଆସିବେ । ଯାହା ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟକୁ ଆସିବ ।