ଲଘୁଚାପ ପ୍ରଭାବରେ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

0

ପାଣିପାଗ: ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିବାବେଳେ ଏହାର ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି ସୂଚନା ରହିଛି । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି । ଆସନ୍ତାକାଲି ୧୩ରୁ ଉଦ୍ଧ୍ୱର୍ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏବଂ ଆଜି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୃଷ୍ଟ ଲଘୁଚାପ ପଶ୍ଚିମ ଆଡକୁ ମୁହାଁଇ କେନ୍ଦ୍ରୀୟ ଭାରତରେ ପହଞ୍ଚିବ । ପରେ ପୂର୍ବରେ ଓଡିଶା ସଂଲଗ୍ନ ବଙ୍ଗୋପସାଗର ଯାଏ ଲଘୁଚାପ ବଳୟ ଲମ୍ବିବ । ତେଣୁ ୯ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପପୁର, ରାୟଗଡ଼ା, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।