ନୂଆଦୀଲ୍ଲି: ଧୀରେ ଧୀରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨ ଦିନ ହେବ ଦୈନିକ ସଂକ୍ରମଣ ୨ ହଜାର ଭିତରେ ସୀମିତ ରହୁଥିବା ବେଳେ ବୁଧବାର ଦେଶରେ ଏହି ସଂକ୍ରମଣ ୩ ହଜାର ଅତିକ୍ରମ କରିଛି । ଫଳରେ ମହାମାରୀ ଶେଷ ହୋଇ ଯାଇଛି ବୋଲି ଯେଉଁ ଧାରଣା ଥିଲା ତାହା ଏବେ ଭୁଲ ବୋଲି ପ୍ରମାଣିତ ହୋଇଛି । ଦୈନିକ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡ ଜାରି ରହିଛି । ହଠାତ୍ ଏହି ସଂକ୍ରମଣ ୪୦ ପ୍ରତିଶତ ବଢି ଯାଇଛି । ଯାହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ବୁଧବାର ଦେଶରେ ୩ ହଜାର ୧୬ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ମାମଲା ୧୩ ହଜାର ୫୦୯ରେ ପହଂଚିଛି । ଗତ ନଭେମ୍ବର ପର ଠାରୁ ଏତେ ସଂଖ୍ୟକ ସଂକ୍ରମିତ ରୋଗୀ କେବେ ବି ଦେଖା ଦେଇ ନ ଥିଲା । ସେହପରି ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩ ଶହ ମାମଲା ଦେଖା ଦେଇଛି । ହଠାତ୍ ୩ ଶହ ନୂଆ କେସ୍ ପରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଜରୁରୀ କାଳିନ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି । ଦରକାର ପଡିଲେ ସବର୍କ ସାଧାରଣ ସ୍ତାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୁରତା ରଖିବା ଭଳି ପଦକ୍ଷେପ ନେବାକୁ ପଡିପାରେ ବୋଲି ଚିନ୍ତା କରା ଯାଉଛି । ସତର୍କ ରହବିାକୁ ପରାମର୍ଶ ଦିଆ ଯାଇଛି । ଥଣ୍ଡା କାଶ ଛିଙ୍କ ହେଲେ କୋଭିଡ୍ ପରୀ କ୍ଷା ସହ ଡାକ୍ତରୀ ପରାମର୍ଶ କରାଇ ନେବା ପାଇଁ କୁହା ଯାଇଛି । ଏହା ସହ ଅନ୍ତତଃ ନିଜେ ମାସ୍କ ପିନ୍ଧି ଅନ୍ୟମାନଙ୍କୁ ସଂକ୍ରମିତ ନ କରାଇବା ପାଇଁ ସତେଚନ କରାଯାଉଛି । ଅଯଥାରେ ଜନ ଗହଳି ପୂର୍ଣ ସ୍ଥାନକୁ ନ ଯିବା ପାଇଁ କୁହା ଯାଉଛି । ଯଦି ଯାଉଛନ୍ତି ତାହେଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆ ଯାଇଛି ।