( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତମ ଜିଲ୍ଲାସ୍ତରୀୟ ଯୋଗ ଚୟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରିଡା ନିରୀକ୍ଷକ ଦୁଯ୍ୟାଧନ ରାଉତ ଉପସ୍ଥିତ ରହି ଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ଯୋଗ ପ୍ରଭାରୀ ପତାଞଳି ଯୁବ ଭାରତ ସତ୍ୟବାନ ମିଶ୍ର ଏବଂ ରାଜ୍ୟ କାର୍ୟ୍ୟ କାରିଣି ମନୋଜ ପଣ୍ଡା ଉପସ୍ଥିତ ଥିଲେ।କୋଶଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ଅତିଥି ପରିଚୟ କରି ଏହି ପ୍ରତି ଯୋଗିତାରେ ଜିଲ୍ଲା ର ଯୋଗଶିବିରରେ ସମସ୍ତ ବ୍ଳକ ରୁ ୯୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗ କରି ଥିଲେ । ଶେଷରେ ସମ୍ପାଦକ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।