(ଶୁଭସ୍ମିତା ଦାଶ/ ଭୁବନେଶ୍ୱର) : ଆଜିକାଲି ବ୍ୟସ୍ତବହୁଳ ସମୟ ମଧ୍ୟରେ ଶରୀର ପ୍ରତି ବିଶେଷ ଧ୍ୟାନ ଦେଇହଉନାହିଁ । ଯାହା ଫଳରେ ଅନେକ ପ୍ରକାର ରୋଗର ଶିକାର ହେବାକୁ ପଡ଼ୁଛି । ତେଣୁ କରି ରୋଗ ମୁକ୍ତ ପାଇଁ ଶରୀରକୁ ଫିଟ୍ ରଖିବାକୁ ସଭିଏଁ ଚାହାନ୍ତି। ଯୋଗ ଦ୍ୱାରା ଏହା କରାଯାଇପାରେ। ତେବେ ଅଷ୍ଟାଙ୍ଗ ଯୋଗ କଲେ ଶରୀର ନିରୋଗ ଓ ଫିଟ୍ ରହିଥାଏ। ଅଷ୍ଟାଙ୍ଗ ଯୋଗ ଦ୍ୱାରା ଥରକେ ଶରୀରର ୮ ଟି ଅଙ୍ଗ ମଧ୍ୟରୁ ଗୋଟିଏ ଅଙ୍ଗ ମାଟିରେ ସ୍ପର୍ଶ ହୋଇଥାଏ। ଏହାକୁ ଏକାଦିକ୍ରମେ ଗୋଟିଏ ପରେ ଗୋଟିଏ କରାଯାଇଥାଏ। ଅଷ୍ଟାଙ୍ଗ ଯୋଗରେ କେବଳ ଗୋଟିଏ ଅଙ୍ଗକୁ ମାଟିରେ ସ୍ପର୍ଶ କରି ଶରୀରର ସନ୍ତୁଳନ ରକ୍ଷା କରିବାକୁ ପଡେ। ଯଦିଓ ଏହି ଆସନ ସହଜ ନୁହେଁ କିନ୍ତୁ ଶରୀର ପାଇଁ ବେଶ୍ ଉପକାରୀ। ଏହି ଆସନ ଦ୍ୱାରା ଛାତି, ଦୁଇ ହାତ, ଦୁଇ ଆଣ୍ଠୁ କିମ୍ବା ଦୁଇ ପାଦକୁ ମାଟି ସହ ସ୍ପର୍ଶ କରିବାକୁ ପଡିଥାଏ। ତେବେ ଏହି ଆସନ କରିବା ବେଳେ ପେଟ ଶରୀରକୁ ସ୍ପର୍ଶ ନ କଲେ ଅଧିକ ସୁଫଳ ମିଳିଥାଏ। ଅଷ୍ଟାଙ୍ଗ ଆସନରେ ଶ୍ୱାନ ମୁଦ୍ରା ଓ ସର୍ପ ମୁଦ୍ରାକୁ ଅଭ୍ୟାସ କଲେ ଭଳ। ଅଷ୍ଟାଙ୍ଗ ଯୋଗ କରିବା ଦ୍ୱାରା ପିଠି ଓ ବେକରେ ହେଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଅଷ୍ଟାଙ୍ଗ ଆସନ ପ୍ରତିଦିନ କରିବା ଫଳରେ ହାଡ ମଜବୁତ ରହିବା ସହ ଶରୀର ଫିଟ୍ ରହିଥାଏ।