(ଦିବ୍ୟକାନ୍ତ ବେହେରା)ବାଲୁଗାଁ: ଆଜି ହେଉଛି ପବିତ୍ର ଉତ୍କଳ ଦିବସ। ସାରା ଓଡ଼ିଶାରେ ପାଳନ ହେଉଛି ୮୩ତମ ଉତ୍କଳ ଦିବସ। ଏପ୍ରିଲ ମାସ ୧ ତାରିଖ ଦିନଟି ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଦିନଟିଏ। ଏହି ଉତ୍କଳ ଦିବସ ଅବସରରେ ବାଲୁଗାଁ ଅଶୋକ ନଗର ସ୍ଥିତ ଉମାମହେଶ୍ୱର ବଣିକ ସଂଘଠାରେ ପତଞ୍ଜଳୀ ପକ୍ଷରୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବହୁ ପୁରୁଷ ଓ ମହିଳାଙ୍କ ସହିତ ଅନେକ କୁନି କୁନି ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଯୋଗ ଶିକ୍ଷାର୍ଥୀ ମାନଙ୍କ କହିବା ମୁତାବକ ଯୋଗ ହେଉଛି ମଣିଷ ଜୀବନର ମହୋଷଧୀ। ଯୋଗ ଦ୍ୱାରା ମଣିଷକୁ କୈାଣସି ପ୍ରକାରର ରୋଗ ସ୍ପର୍ଶ କରିନଥାଏ। ଯୋଗ ଦ୍ୱାରା ମାନବ ଶରୀର ସୁସ୍ଥ ରୁହେ , ମଣିଷ ସୁସ୍ଥ ରହିବା ଦ୍ୱାରା ପରିବାର ସୁସ୍ଥ ରୁହେ , ପରିବାର ସୁସ୍ଥ ରହିବା ଦ୍ଵାରା ଗାଁ ସୁସ୍ଥ ରୁହେ, ଗାଁ ସୁସ୍ଥ ରହିବା ଦ୍ୱାରା ଏ ସମାଜ ମଧ୍ୟ ସୁସ୍ଥ ରୁହେ ବୋଲି ଯୋଗ କେନ୍ଦ୍ର ର ଆୟୋଜକ ରଞ୍ଜିତ କୁମାର ବଡ଼ଜେନା କହିଛନ୍ତି।