ସାଲେପୁର / ତାରାକାନ୍ତ ନାୟକ : ଆଜି ବିଶ୍ୱ ଯୋଗ ଦିବସ ଅବସରରେ ସାଲେପୁର ପତଞ୍ଜଳି ଯୋଗ ପରିବାର ପକ୍ଷରୁ ସାଲେପୁର ହାଇସ୍କୁଲ ଖେଳପଡିଆ ଠାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଉଛି । ଏହି ଯୋଗ ଶିବିର ରେ ସାଲେପୁର ଏବଂ ଆଖ ପାଖ ଅଞ୍ଚଳରୁ ପ୍ରାୟ ସତାଧିକ ପୁରୁଷ, ମହିଳା, ଯୁବକ, ଯୁବତୀ, ମାନେ ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ। ଏହି ଯୋଗ ଶିବିର ରେ ପତଞ୍ଜଳି ଯୋଗ ପରିବାର ର ସାଲେପୁର ଶାଖାର ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ଶତପଥି, କୈଳାସ ଚନ୍ଦ୍ର ବେହେରା, କାମଦେବ କର ଯୋଗଦେଇ ଯୋଗଶିକ୍ଷା ଦେଇଥିଲେ । ଏହି ଶିବିର କୁ ସଂଗ୍ରାମ କେଶରୀ କର, ଅରୁଣ କୁମାର ନାୟକ, ଉମାକାନ୍ତ ଦାଶ, ମାନସ କୁମାର ସାହୁ, ନବକିଶୋର କର, ପ୍ରତାପ କୁମାର ମହାନ୍ତି, ଜ୍ୟୋତିର୍ମୟୀ ସାମଲ, ଜ୍ୟୋତି ନାୟକ ପ୍ରମୁଖ ପରି ଚାଳନା କରିଥିଲେ । ପ୍ରାରମ୍ଭ ରୁ ଏହି ଯୋଗ ଶିବିରକୁ ସଚ୍ଚିଦାନନ୍ଦ ମିଶ୍ର, ସାଲେପୁର ତହସିଲର ଅତିରିକ୍ତ ତହସିଲ ଦାର କଳ୍ପନା ତପସ୍ବନୀ ନାୟକ ଅତିଥି ଭାବେ ଯୋଗଦେଇ ଏହି ଯୋଗ ଶିବିର କୁ ଉଦଘାଟନ କରିଥିଲେ।