୨୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କଲେ ଯୋଗୀ

0

(ଅନୁସ୍ୱୟା)ଭୁବନେଶ୍ୱର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭ୍ରଷ୍ଟାଚାରରେ ଲିପ୍ତଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ୟ୍ୟନ୍ତ ସୁଦ୍ଧା ୬୦୦ ଅଧିକାରୀ ଏବଂ କାର୍ୟ୍ୟକର୍ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆସରିଲାଣି ଏବଂ ୨୦୦ରୁ ଅଧିକ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି ।
ଯୋଗୀ ସରକାର ଏପର୍ୟ୍ୟନ୍ତ ୨୦୦ରୁ ଅଧିକ କର୍ମଚାରିଙ୍କୁ ଛଟେଇ କରିଥିବା ବେଳେ ୪୦୦ରୁ ଅଧିକ କର୍ମଚାରୀଙ୍କୁ ଦଣ୍ଡବିଧାନ କରିଛନ୍ତି । ଅଧିକ ପରିମାଣରେ ଆଇଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦ୍ର ସରକାର ଏନେଇ ନିଷ୍ପତି କରିବେ । ଭ୍ରଷ୍ଟ ଅଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି ।
ଯୋଗୀ ସରକାରଙ୍କ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଛନ୍ତି କି, ପ୍ରଥମ ଥର ପାଇଁ ଏଭଳି ଜଣେ ସରକାର ଯିଏକି ୬୦୦ରୁ ଅଧିକ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ।