(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପରିସରରେ ଆଜି ବ୍ଲକ ପ୍ରଶାସନ ଓ ଏନଏସି ପକ୍ଷରୁ ବିଭିନ୍ନ ଆବାସ ଯୋଜନା ଓ ଘର ଡିହ ପଟା ବଣ୍ଟନ କରାଯାଇଥିଲା। କାମାକ୍ଷାନଗର ବିଡ଼ିଓ ସୁଧାଂଶୁ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ରେ ଓଡିଶା ସରକାର ଙ୍କର ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଯୁକ୍ତ ହିତାଧିକାରୀଙ୍କୁ କାର୍ୟ୍ୟଦେଶ ବଣ୍ଟନ କରିବା ସହ କହିଲେ ବର୍ତ୍ତମାନ ର ସରକାର ଲୋକଙ୍କ ହିତପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି ।ଏଥି ମଧ୍ୟରୁ ଆବାସ ଯୋଜନା ଅନ୍ୟତମ ହିତାଧିକାରୀ ମାନେ ଏହାର ସୁଯୋଗ ନେଇ ନିର୍ଧାରିତ ସମୟରେ କାର୍ୟ୍ୟ ଶେଷ କଲେ ଗୃହ ନିର୍ମାଣ ବାବଦକୁ ଆବଶ୍ୟକ ଅର୍ଥ ସହ ସରକାରୀ ପ୍ରତ୍ସୋହନ ରାଶିମଧ୍ୟ ପ୍ରଦାନ କରୁଛନ୍ତି ।ଏହାର ସୁଯୋଗ ନେବା ପାଇଁ କହିଥିଲେ ।ଏଥି ସହ କହିଥିଲେ କାହାର ଦୟାରେ ଏହି ଅର୍ଥ ଦିଆଯାଉନାହିଁ ।ଯୋଗ୍ୟ ହିତାଧିକାରୀ କୁ ଏହି ଅର୍ଥ ଦିଆଯାଉଥିବାରୁ କେହି ଲାଞ୍ଚ ର ଆଶ୍ରୟ ନେବା ଅନୁଚିତ ।ଯିଏ ଲାଞ୍ଚ ଦେବ ଓ ଯିଏ ଲାଞ୍ଚ ନେବ ଉଭୟ ଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସେ ଉପସ୍ଥିତ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ।ଜିଲ୍ଲା ଗ୍ରାମ୍ୟ ଉନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇ ୩ମାସ ମଧ୍ୟରେ କାର୍ୟ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏନଏସି ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ,ଜିଲ୍ଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ,ହୃଦାନନ୍ଦ ପରିଡା, ଏସଏସି ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡା ଥିଲା ବେଳେ ଏଥିରେ ବ୍ଲକ ପକ୍ଷରୁ ୬୧୫ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନା କାର୍ୟ।ଦେଶ ଓ ଏନଏସି ପକ୍ଷରୁ ୧୩୫ଜଣ ଙ୍କୁ ଆବାସ ଯୋଜନା କାର୍ୟ।ଦେଶ ବଣ୍ଟନ କରାଯାଇଥିବା ବେଳେ ତହସିଲ ପକ୍ଷରୁ ଗ୍ରାମାଞ୍ଚଳ ର ୧୨୦ଜଣଙ୍କୁ ଓ ସହରା ଅଂଚଳର ୨୦ଜଣଙ୍କୁ ବସୁନ୍ଧରା ଯୋଜନାରେ କାର୍ୟ୍ୟାଦେଶ ବଣ୍ଟନ କରାଯାଇଥିଲା ।ଏଠାରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଲଳିତ ସାହୁ,ଶିଶିର କାନ୍ତ ବେହେରା ,ବିବେକାନନ୍ଦ ମହାଖୁଡ଼, ସମିତି ସଭ୍ୟ ଦୀପକ ମହୁନ୍ତ,ସରପଞ୍ଚ ଅର୍ଚନା ନାୟକ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ବ୍ଲକର ସମସ୍ତ ୨୨ଟି ପଂଚାୟତ ରୁ ହିତାଧିକାରୀ ଉପସ୍ଥିତ ଥିଲେ ।