ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନ

0

( ସାଲେପୁର / ତାରାକାନ୍ତ ନାୟକ ) : କଟକଜିଲ୍ଲା ସାଲେପୁର ବ୍ଲକ ସ୍ଥିତ ମଧୁମଣ୍ଡପ ଠାରେ ସାଲେପୁର ପଞ୍ଚାୟତ ସମିତି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ୟ୍ୟଦେଶ ବଣ୍ଟନ ହୋଇଯାଇଛି।ଏଥିରେ ସାଲେପୁର ବ୍ଲକ ର ସବୁ ପଞ୍ଚାୟତର ହିତାଧିକାରୀ ମାନେ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇଥିଲେ।ତତସହିତ ସାଲେପୁର ବ୍ଲକ ମଣ୍ଡଳ ଉନୟନ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା,ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ମମତା ରାଉତ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି,ସଞ୍ଜିତ ଦାସ,ଅଶୋକ ଭୂୟାଁ,ପଞ୍ଚାୟତ ସମିତି ଉପାଦକ୍ଷ ଶ୍ରୀ ରମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ, ସାଲେପୁର ମଣ୍ଡଳ ଉନୟନ ଅଧିକାରୀ ସମସ୍ତ ହିତକାରୀଙ୍କୁ ଧନ୍ୟବାଦ ଦେବାସହ ହିତାଧିକାରୀ ମାନଙ୍କୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ୟ୍ୟ,ସମୟ ବ୍ୟବଧାନ ମଧ୍ୟରେ ଶେଷ କରିବାକୁ ଅନୁରୋଧ କରିଛନ୍ତି।
ଏହି ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ୪ଟି କିସ୍ତିରେ ଟଙ୍କା ଦିଆଯିବ।ହିତାଧିକାରୀ ମାନଙ୍କ ପାଇଁ ସରକାର ଏକ ନିଶୁଳ୍କ ଯୋଗାଯୋଗ ନମ୍ବର ୦୬୭୧-୨୩୦୫୬୮୨ରଖିଛନ୍ତି।ଏଥିରେ ହିତାଧିକାରୀ ନିଜର ସମସ୍ୟାକୁ ସିଧାସଳଖ ଜାଣିପାରିବେ।ଶେଷରେ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ସମସ୍ତଙ୍କୁ କହିଥିଲେ ଯେ ସାଲେପୁର ନିର୍ବାଚନ ମଣ୍ଡଳୀର କୌଣସି ଯୋଗ୍ୟ ହିତାଧିକାରୀ ମାନେ ଯେମିତି ଏହି ଯୋଜନାରୁ ବାଦ ପଡିବେନାହିଁ ସେଥିପ୍ରତି ଧ୍ୟାନ ଦିଆଯିବ।ଏହି କାର୍ୟ୍ୟକ୍ରମରେ ବିଜୁଜନତା ଦଳର ଯୁବ ନେତା ମିଟୁ ମହାନ୍ତି,ଅଶ୍ୱନି ମହାନ୍ତି,ତପୁନି କର,ନିଲୁଆ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।