ଶିକ୍ଷକଙ୍କ ବଦଳି ପାଇଁ ଆଜିଠୁ କରିପାରିବେ ଆବେଦନ

0

ଭୁବନେଶ୍ବର: ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଆନ୍ତଃ ଜିଲା ପ୍ରାଥମିକ ଶିକ୍ଷକ ବଦଳି କ୍ଷେତ୍ରରେ ଜାରି କ୍ୟାଲେଣ୍ଡର ଅନୁସାରେ, ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ ସାଂସଦ ଓ ବିଧାୟକ। ରାଜ୍ୟରେ ବିଧାୟକ ଏବଂ ସାଂସଦମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପରେ, ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ବିଧାନସଭା ସଦସ୍ୟ (ବିଧାୟକ) ଏବଂ ସାଂସଦଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବାକୁ ଅନୁମତି ଦେଇଛନ୍ତି।

ଜୁନ ୩ରେ ବିଇଓଙ୍କ ଦ୍ବାରା ପ୍ରସ୍ତାବ ଡିଇଓଙ୍କୁ ପଠାଯିବ। ଜୁନ ୫ରେ ନିର୍ଦେଶକଙ୍କୁ ପ୍ରସ୍ତାବ (ଆନ୍ତଃଜିଲା) ପଠାଯିବ। ଜୁନ ୯ରେ ପ୍ରାଥମିକ ଶିକ୍ଷା ନିର୍ଦେଶକ/ଡିଏଲଟିସିଙ୍କ ଦ୍ବାରା ଅନୁମୋଦନ ପ୍ରଦାନ କରାଯିବ। ଜୁନ ୧୧ରେ ଓସେପା ୱେବ୍‌ସାଇଟ୍‌ରେ ବଦଳି ତାଲିକା ପ୍ରକାଶ ପାଇବ। ସେହିଦିନ ବଦଳି ଆଦେଶ ଜାରି ହେବ। ଜୁନ ୧୩ରେ ଶିକ୍ଷକ ଯୋଗଦେବେ। ଅନ୍ୟପକ୍ଷରେ ରେସନାଲାଇଜେସନ୍ କ୍ଷେତ୍ରରେ ମେ’ ୧୭ରେ ଓସେପା ଦ୍ବାରା ଜିଲାଗୁଡ଼ିକୁ ବଳକା ଏବଂ ଶିକ୍ଷକ ଅଭାବ ତାଲିକା ଦିଆଯିବ।

ମେ’ ୨୬ରେ କମିଟି ଗଠନ ହେବ। ଜୁନ ୩ରେ କମିଟି ବୈଠକ ବସି ତାଲିକା ଚୂଡ଼ାନ୍ତ କରାଯିବ। ଜୁନ ୧୨ରେ ଡିଇଓ, ବିଇଓ ବଦଳି ଆଦେଶ ଜାରି କରିବେ। ଜୁନ୍ ୧୩ରେ ଶିକ୍ଷକମାନେ ସେମାନଙ୍କ ବିଦ୍ୟାଳୟରେ ଯୋଗଦେବେ ବୋଲି କ୍ୟାଲେଣ୍ଡର‌େ‌ର ଦର୍ଶ‌ାଯାଇଛି। ସେହିପରି ମାଧ୍ୟମିକ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ବଦଳି (ପ୍ରଶାସନିକ ଏବଂ ବ୍ୟକ୍ତିଗତ କାରଣ) ନେଇ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। କ୍ୟାଲେଣ୍ଡର ଅନୁସାରେ, ମେ’ ୧୫ରୁ ୩୦ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ବିଭିନ୍ନ ପ୍ରକ୍ରିୟା ଶେଷ ହେବା ପରେ ଜୁନ୍ ୧୩ରେ ବଦଳି ଆଦେଶ ଜାରି ହେବ।