ଭୁବନେଶ୍ୱର: ଡିଶା ବାସୀ ଙ୍କ ପ୍ରିୟ ନେତାଙ୍କ ଜୟନ୍ତୀ ଅବସରରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ, ଏ ଦୁଇଟି ଶବଦ ଶୁଣିଲେ ଓଡ଼ିଆ ଛାତି ଫୁଲି ଉଠେ। ସାହସ ଆସେ। ଦୁର୍ଭାଗ୍ୟ ଜନକ ଯେ ବିଜେପି ଶାସନ୍ କୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇ ବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନ ବନ୍ଦର ନାଁ ବଦଳାଇ ବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲା ନି।
1993 ରୁ ବିଜୁ ଜୟନ୍ତୀ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। କିନ୍ତୁ ଆପଣ ନାଁ ବଦଳାଇ ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ଥିବା ଭଲ ପାଇବା ବଦଳାଇ ପାରିବେ ନାହିଁ। ମୁଁ ପଚାରିବାକୁ ଚାହେଁ ବିଜେପି ସରକାର କୁ can u close paradeep ପୋର୍ଟ, HAL, ଏନଟିପିସି Talcher, nit ରାଉରକେଲା? ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ। ଆପଣ କଣ ତାଙ୍କ legacy କରିପାରିବେ। this is immature politics। କ୍ଷୁଦ୍ର ମନ ଭାବ କୁ ପ୍ରକାଶ କରୁଛି।
ବିଜୁ ବାବୁ ପଦ ପଦବୀ ପାଇଁ ରାଜନୀତି କୁ ଆସିନଥିଲେ। ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆ ର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ award କଥା ହେଉ ଓଡ଼ିଶାକୁ ନୂଆ ଉଚତା କୁ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥା କୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚ ଙ୍କୁ ଗାଁ ର ମୁଖ୍ୟମନ୍ତ୍ରୀ କହୁଥିଲେ ବିଜୁ ବାବୁ | ପଞ୍ଚାୟତ ସିଷ୍ଟମ କୁ ମଜଭୁତ କରିବା ରେ ବିଜୁ ବାବୁ ଙ୍କ ଉଦ୍ୟମ କୁ ଅଣ ଦେଖା କରାଯାଇ ପାରିବ ନାହିଁ | କିଛି ବର୍ଷ ହେଲା କିଛି ଲୋକ ଇତିହାସ ର ପରିବର୍ତନ ପାଇଁ ଚେଷ୍ଟା କରିଛନ୍ତି ତାହା ସଫଳ ହେବ ନାହିଁ |ତାଙ୍କ ଅବଦାନ କୁ ଅଣଦେଖା କରାଯାଇ ପାରିବ ନାହିଁ। ଇତିହାସ କୁ ବଦଳାଇ ବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି। ଲୋକେ ଜାବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି। u can’t change glorious legacy। ସରକାର ଆସିବ ଯିବ, କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆ ଙ୍କ ହୃଦୟରେ ରହିବେ। ଓଡ଼ିଆ ତାଙ୍କ ପାଇଁ ଗର୍ବିତ।