କ୍ୟାନ୍ସର ହେବାର ଏହି କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

0

ବ୍ୟୁରୋ : ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟକୁ ନେଇ ସମସ୍ତଙ୍କର ଚିନ୍ତା ବଢିଯାଇଛି । ସାଧାରଣତଃ ପ୍ରତ୍ୟେକଙ୍କ ମଧ୍ୟରେ ବିଭିନ୍ନ ରୋଗ ଜନ୍ମ ନେଉଛି । ଆଉ ତାହାର କାରଣ ପାଲଟିଛି ଖାଦ୍ୟପେୟ । କ୍ୟାନ୍ସର ଏକ ମାରାତ୍ମକ ରୋଗ। ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କ୍ୟାନ୍ସରର କାରଣ ପାଲଟେ। ସଠିକ ସମୟରେ କ୍ୟାନ୍ସରକୁ ଚିହ୍ନି ପାରିଲେ ଏହାର ଚିକିତ୍ସା ସମ୍ଭବ ବୋଲି ଡାକ୍ତର କୁହନ୍ତି।


କ୍ୟାନ୍ସର ରୋଗ ବିଭିନ୍ନ ପ୍ରକାରର ରହିଛି। ରକ୍ତ କର୍କଟ, ମୁଣ୍ଡ ଓ ଗଳା କର୍କଟ, କୋଲୋରେକ୍ଟାଲ କର୍କଟ, ପ୍ରୋଷ୍ଟେଟ କର୍କଟ, ବୋନ କର୍କଟ, ସ୍ତନ କର୍କଟ, ବ୍ଲାଡର କର୍କଟ, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କର୍କଟ, ଫୁସଫୁସ କର୍କଟ, ସର୍ଭାଇକାଲ କର୍କଟ, ଆଖି କର୍କଟ, ମୁଖ ଗହ୍ଵର କର୍କଟ, ଓଭାରିଆନ କର୍କଟ, ପାନକ୍ରିଆଟିକ୍ କର୍କଟ ଏବଂ ଜିଭରେ କର୍କଟ ଆଦି ରୋଗରେ ଅଧିକାଂଶ ଲୋକ ପୀଡ଼ିତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି।


ତେବେ ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିତ ସଂକ୍ରମଣରୁ କର୍କଟ ରୋଗର ଉତ୍ପତ୍ତି ହୋଇଥାଏ। ଆପଣଙ୍କୁ ଯଦି କୌଣସି ପ୍ରକାରର ସନ୍ଦେହ ଆସୁଛି ୋହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା ଗ୍ରହଣ କରନ୍ତୁ ।