ଯୁବତୀଙ୍କୁ ଅସଦାଚରଣ ଓ ଅପହରଣ ଉଦ୍ୟମ: ଯୁବକଙ୍କୁ ବାନ୍ଧିଲା ପୋଲିସ

0

ରାଉରକେଲା: ମହଙ୍ଗା ପଡ଼ିଲା ଜଣେ ଯୁବତୀଙ୍କୁ ଅସଦାଚରଣ, ଅପହରଣ ଉଦ୍ୟମ । ଯୁବକଙ୍କୁ ବାନ୍ଧିଲା ପୋଲିସ । ସେକ୍ଟର-୨୧ ନୟାବଜାର ରାମେଶ୍ବରପଲୀ ଅଞ୍ଚଳର ଚନ୍ଦନ ନାୟକ ନାମକ ଯୁବକ ଗିରଫ ହୋଇଛି। ଯୁବତୀ  ଜଣକ ଚନ୍ଦନ ନାୟକଙ୍କ ଘରେ ଏକୁଟିଆ ଭଡ଼ା​ରେ ରହୁଥିଲେ। ଯାହାର ଫାଇଦା ନେବାକୁ ଚେଷ୍ଟା କରୁଥିଲା ଚନ୍ଦନ । ଯୁବତୀ ଜଣଙ୍କ ଚନ୍ଦନର ଖରାପ ଆଚରଣ ସଂପର୍କରେ ଜାଣିପାରି ଘରଛାଡ଼ି ବାସନ୍ତୀ କଲୋନିରେ ରହୁଥିଲେ । ଅଭିଯୁକ୍ତ ଚନ୍ଦନ ଯୁବତୀଙ୍କ ଏକୁଟିଆ ରହିବାର ସୁଯୋଗ ନେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ।

ସୋମବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଯୁବତୀଙ୍କ ଘରେ ପହଞ୍ଚିଥିଲା ଚନ୍ଦନ। ଯୁବତୀଙ୍କ ଘର କବାଟ ଭାଙ୍ଗିବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ପରେ ଜୋରଜବରଦସ୍ତ ଉଠାଇନେବାକୁ ପ୍ରୟାସ କରିଥିଲା। ପ୍ରତିରୋଧ କରିବାରୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଯୁବତୀଜଣକ ରାତି ୨ଟାରେ ଉଦିତନଗର ଥାନାକୁ ଯାଇ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।