ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁୁ

0

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଆସ୍କା ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମର ଫିରୋଜ ବିଶ୍ୱାଳ (୨୬)ଙ୍କ ଗତକାଲି ମୃତ୍ୟୁୁ ଘଟିଛି । ସୂଚନା ଅନୁସାରେ ଫିରୋଜ ଗତକାଲି ସନ୍ଧ୍ୟା ୬ଟା ସମୟରେ ମଣ୍ଟପଡା ଗ୍ରାମର ତୋପ ବନ୍ଧକୁ ସ୍ନାନ କରିବାକୁ ଯାଇ ଆଉ ଫେରି ନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ଫିରୋଜ ପାଣିରେ ବୁଡି ମୃତ୍ୟୁୁ ହୋଇଯାଇଥିବା ଜାଣିବାକୁ ପାଇଲେ । ଫିରୋଜଙ୍କ ସାନଭାଇ ଏ ନେଇ ଆସ୍କା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ ୨୪/୨୦ ରେ ଏକ ଅପମୃତ୍ୟୁୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆସ୍କା ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।