ଗଞ୍ଜାମ(ହରପ୍ରସାଦ ବିଷୋୟୀ)-ପାଣିରେ ବୁଡି ଯୁବକ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତ ଯୁବକଙ୍କ ନାମ ଶଙ୍କର ପ୍ରଧାନ(୨୩) । ସୂଚନା ଅନୁଯାୟୀ ,କୈାଣସି କାର୍ଯ୍ୟରେ ଗତ ମଙ୍ଗଳବାର ବେଗୁନିଆପଡା ସ୍ଥିତ ଓଡନଇଁ ଗ୍ରାମକୁ ଯାଇଥିଲେ । କିନ୍ତୁ କୈାଣସି କାରଣ ବସତଃ ରାସ୍ତାରେଥିବା ଏଲ ଶଙ୍ଖଠାରେ ବୁଡି ଯାଇଥିଲେ । ତାଙ୍କ ସାଙ୍ଗ ମାନେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ସାଙ୍ଗମାନେ ଘର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ତାଙ୍କ ପରିବାର ଲୋକ ସେଠାରେ ପହଁଚିଥିଲେ । ଏଭଳି ମୃତ୍ୟୁ ହେବା ନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । କୋଦଳା ଓ ବେଗୁନିଆପଡା ପୋଲିସ ପହଁଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।