ବାଲିଅନ୍ତା / ଜିତେନ୍ଦ୍ର କୁମାର ବେଉରା : ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସରକଣା ପଞ୍ଚାୟତ ବ୍ରାହ୍ମଣ ସୁଆଁଲୋ ଗ୍ରାମରେ ଅଘଟଣ | ପାଣିରେ ବୁଡ଼ି ଜଣେ 35 ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି | ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ଚିତନ ପ୍ରଧାନ | ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ଗତକାଲି ରାତିରେ ହଟାତ କୁଆଡେ ଚାଲିଯାଇଥିଲେ | ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ବି ପାଇନଥିଲେ | ତେବେ ଆଜି ସକାଳୁ ସକାଳୁ କିଛି ଲୋକ ପୋଖରୀ କୁ ଯାଇଥିବା ବେଳେ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ | ପରିବାର ଲୋକ ଉଦ୍ଧାର କରି ତାଙ୍କୁ ମେଡିକାଲ ନେଇଥିଲେ ମଧ୍ଯ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି | ତେବେ ଯୁବକଙ୍କୁ ପୂର୍ବରୁ ବାତ ମରିବା ସହ ସେ ଜଣେ ଦିବ୍ୟାଙ୍ଗ ହୋଇଥିବା ପରିବାର ଲୋକ କହିଛନ୍ତି |