ବାଇକରେ ବସିଥିବା ବେଳେ ହେଲା ହାର୍ଟଆଟାକ, ଟଳି ପଡିଲେ ଯୁବକ

0

ନୂଆଦିଲ୍ଲୀ: ବାଇକରେ ବସିଥିବା ବେଳେ ହେଲା ହାର୍ଟଆଟାକ, ଟଳି ପଡିଲେ ଯୁବକ ।  ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ  । ଯାହାକି ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୂଚନା ଅନୁଯାୟୀ,  ମୃତକ ଜଣଙ୍କ ରାଜପୁର ଅଞ୍ଚଳର ୪୨ ବର୍ଷୀୟ ଉଦୟ ସିଂହ ବୋଲି ଜଣାଯାଇଛି। ସେ ସ୍ୱାସ୍ଥ୍ୟ ବିଭାଗରେ ସୁପରଭିଜନ ଫିଲ୍ଡ ୱାର୍କର ଭାବେ କାମ କରୁଥିଲେ।ଖବର ପାଇ ପୁଲିସ୍ ତୁରନ୍ତ ପହଞ୍ଚି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଉଦୟଙ୍କ ଫୋନ୍ ରିଙ୍ଗ୍ ହୋଇଥିଲା। ଅପରପାର୍ଶ୍ୱରୁ ଉଦୟଙ୍କ ପତ୍ନୀ ଫୋନ୍ କରିଥିବା ବେଳେ ସ୍ୱାମୀଙ୍କ ଏପରି ଅବସ୍ଥା ଶୁଣି ହତବାକ ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ଉଦୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଡାକ୍ତର ସୂଚନା ଦେଇଛନ୍ତି।