ଭୁଲ ସ୍ୱୀକାର କଲେ କମିଶନର

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର:ନିଜ ଭୁଲ ମାନିଲେ ପୋଲିସ କମିଶନର । ଜଣଙ୍କ ନାଁରେ ୱାରେଣ୍ଟ ଥାଇ ଅନ୍ୟଜଣଙ୍କୁ ଗିରଫ କରିଥିଲେ କମିଶନର ପୋଲିସ ।ଆଜି ସେ ନିଜର ଭୁଲ ସ୍ୱୀକାର କରିଛନ୍ତି ।
ସୂଚନା ମୁତାବକ, କଟକରେ ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଭୁଲରେ ପୋଲିସ ଗିରଫ କରିଥିଲା । ଜଣଙ୍କ ନାଁରେ ୱାରେଣ୍ଟ ଥାଇ ଅନ୍ୟଜଣଙ୍କୁ ଗିରଫ କରାଯାଇଥିଲା ।ଗତ ୧୧ତାରିଖରେ ଚନ୍ଦନ ମହାରଣା ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କ ଠିକଣା ଏବଂ ବାପାଙ୍କ ନାଁ ସମାନ ଥିବା ହେତୁ ଏପରି ଭୁଲ ହୋଇଥିବା ପୋଲିସ କମିଶନର କହିଛନ୍ତି । ମାମଲାର ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ଭୁଲ କରିଥିଲେ ବୋଲି ସ୍ୱୀକାର କରାଯାଇଛି । ତଦନ୍ତ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ । ଭୁଲରେ ଗିରଫ କରାଯାଇଥିବା ବ୍ୟକ୍ତିଙ୍କୁ ଖଲାସ ପାଇଁ କୋର୍ଟରେ ଆବେଦନ କରାଯିବ ।