ବିଦ୍ୟୁତ ସଂସ୍ପର୍ଶରେ ଯୁବକ ମୃତ

0

ଋିପୋଟର୍ସ ଟୁଡେ, (ସୋମ୍ୟାଶ୍ରୀ ମହାନ୍ତି)- ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ । ଗଜପତି ଜିଲ୍ଲ୍ା ସଦରମହକୁମା ପାରଳାଖେମୁଣ୍ଡିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହେଇଥିବା ଜଣାପଡିଛି ।
ଖବର ଅନୁଯାୟୀ, ସ୍ଥାନୀୟ ସେରୀ ବାଗତି ସାହିର ପଟନୁରୁ ଶ୍ରୀନୁ ଦୋଳବନ୍ଧ ଠାରେ ଥିବା ଶ୍ରୀୟା ଲଜ ସାମନାର ବି. ଆର. ଟ୍ରେଡସ ର୍ କମ୍ପାନୀରେ କାମ କରନ୍ତି । ଆଜି କମ୍ପାନିରେ କାମ କଲା ବେଳେ ହଠାତ ଶ୍ରୀନୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରଯାଇଈଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।