୨୪ ମହଲାରୁ ଖସି ନାବାଳକ ମୃତ

0

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ବିସରଖ ଥାନା ଅଞ୍ଚଳରୁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ଏହାରେ ଜଣେ ନ ବାଳକ ୨୪ମହଲାରୁ ଖସି ମୃତ୍ୟୁ ହୋଇଛି । ଏହି ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।

ମୃତ ହୋଇଥିବା ପିଲାର ନାଁ ପ୍ରଣବ ଥିବା ବେଳେ ବୟସ ୧୭ବର୍ଷ  ପାଖାପାଖି  ହେବ ବୋଲି କୁହାଯାଉଛି। ସେ ଦ୍ବାଦଶଶ୍ରେଣୀରେ ପାଠପଢ଼ୁଥିଲା ବୋଲି ପୁଲିସ ସୂଚନା ପାଇଛି। ତେବେ ପ୍ରଣବ ତାର ମା’ ଓ ଭଉଣୀଙ୍କ ସହିତ ରହୁଥିଲା। ପ୍ରଣବର ବାପା ଡକ୍ଟର ଅମନ ଶ୍ରୀବାସ୍ତବ ଆଇଏମଟି ଦୁବାଇରେ ପ୍ରଫେସର ଥିବା ବେଳେ ମା’ ଓକିଲ ରହିଛନ୍ତି।

ପ୍ରାଥମିକ ତଦନ୍ତରୁ ପ୍ରଣବର ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଛି। ତେବେ କିଛି ଅଘଟଣ ହେତୁ ପ୍ରଣବର ମୃତ୍ୟୁ ହୋଇଥାଇପ‌ାରେ ବୋଲି ବି ଅନୁମାନ କରାଯାଉଛି। କାରଣ ୨୪ମହଲାର ବାଲକୋନିରେ ପ୍ରାୟତଃ ପ୍ରଣବ ତାର ସାଙ୍ଗମ‌ାନଙ୍କ ସହିତ ଭୋଜି କରିଥାଏ। ତେବେ ଭୋଜି ସମୟରେ ଅସାବଧାନତା ହେତୁ ବି ଏହି ଅଘଟଣ ଘଟିଥାଇପାରେ ବୋଲି କୁହାଯାଉଛି।