ସୁବର୍ଣ୍ଣପୁର : ବାଇକ୍ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ଅନ୍ତର୍ଗତ ଗଧାପାଲି ଓ ସହଲା ମଝି ରାସ୍ତା ପାଖରେ । ତେବେ ଏହି ଦୁର୍ଘଟଣାରେ ଦୟାନିଧି ଖମାରିଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ , ଦୟାନିଧି ଖମାରି ତାଙ୍କ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ । ତେବେ ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି(ଙଊ୩୧ ଐ ୮୨୮୧)କୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି ।